ବଲାଙ୍ଗିର, (କେପିଏନ୍ଏସ୍) : ଜେସିସି ଚାରଭଟା ପକ୍ଷରୁ ୧୭ତମ ସୁପର ହଲଚଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କିରଣଦେଇ ଷ୍ଟାଡିୟମ ଚାରଭଟାଠାରେ ଉଦ୍ଯାପିତ ହୋଇଯାଇଛି । ସୂଚନା ଯୋଗ୍ୟ ୫ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଭୁରଂଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଉଦ୍ଯାପିତ ଫାଇନାଲ ଖେଳ ମୁସ୍କାନ ଇଲେଭେନ ବରପଦର ଓ କମସରା ଦଳ ପଡିଆକୁ ଓହ୍ଳାଇଥିଲେ । କମସରା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯୨ ରନ୍ ସଂଗ୍ରହ କରିଥିଲେ । ଏହାର ବିପକ୍ଷରେ ମୁସ୍କାନ ଇଲେଭେନ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୮୪ ରନ୍ ସଂଗ୍ରହ କରି ପରାଜୟ ବହନ କରିଥିଲେ । ଫଳରେ କମସରା ଦଳ ଚାମ୍ପିଆନ ଘୋଷିତ ହୋଇଥିଲା । ଆୟୋଜନ କମିଟି ପକ୍ଷରୁ ଚାମ୍ପିଆନ ଦଳକୁ ନଗଦ ୩୦ ହଜାର ଓ ରନର୍ସ୍ଅପ୍ ଦଳକୁ ନଗଦ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଜେସିସି ଚରଭଟାର ସମ୍ପାଦକ ଭୁଜରାଜ ପାତ୍ର, ସଦସ୍ୟ ସୁନିଲ କୁଅଁର, କରୁଣା ବାଗ, ବିନୋଦ ବସ୍ତିଆ ଓ ସୁଜିତ ପାତ୍ର ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ ଓ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।