jsm

କବି ସୁଜାଣ ମେହେର ସ୍ମୃତି ସମାରୋହ ଅନୁଷ୍ଠିତ

csstore
  • ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କୁ କବି ସୁଜାଣ ମେହେର ସ୍ମୃତି ସମ୍ମାନ ପ୍ରଦାନ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ସାହାଜବାହାଲଠାରେ କବି ସୁଜାଣ ମେହେରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି କମିଟି ତରଫରୁ ଏକ ସାରସ୍ବତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦୀନମଣୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ ସୁବାସ ମେହେର, ସମ୍ମାନିତ ଅତିଥି ଭାବେ ସୁଶାନ୍ତ ମିଶ୍ର, କଳାକାହ୍ନୁ ଚୌହାନ, ଜୁଗଳ କିଶୋର ପଧାନ, ଗୁଣନିଧି ମେହେର ମଂଚାସୀନ ଥିଲେ । ସ୍ମୃତି କମିଟିର ସଭାପତି ବେଣୁଧର ମେହେର, ଉପସଭାପତି ଯୋଗେଶ୍ୱର ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍ଦେଶ୍ୟ ଜ୍ଞାପନ ସମ୍ପାଦକ ରୋହିତ ମେହେର କରିଥିବା ବେଳେ କେଦାରନାଥ ସାହୁ ସଂଯୋଜନା କରିଥିଲେ । ପ୍ରାରମ୍ଭିକ ସଂଗୀତ କୁମାର ମେହେର ଗାନ କରିଥିଲେ । ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଟେକଚାନ୍ଦ ଦୁଆନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ହରିଲାଲ ସାହୁ, ରାଜେଶ କାରିଆ, ପରାଗ ସାହୁ, ନକୁଳ ମେହେର, ଈଶ୍ବର ମେହେର, ଅନୀଲ ମେହେର, ହାରାଧନ ପଟେଲ, ଦୁର୍ବାଦଳ ମେହେର, ରସିକ ବେହେରା, କୈଲାସ ଚନ୍ଦ୍ର ସାହୁ ପ୍ରମୁଖ କବିତା ପାଠ କରିଥିଲେ । କାର୍ୟ୍ୟକ୍ରମରେ ଅଞ୍ଚଳର ବହୁ ସୁଜାଣ ସାହିତ୍ୟ ପ୍ରେମୀ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.