
ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଗତ ୧୧ ତାରିଖ ସୁନ୍ଦରଗଡ ଜିଲ୍ଲାର ବ୍ଲକ୍ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା କୁତ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବର୍ଗରେ ବିଶ୍ରା ବ୍ଲକ୍ର ବିଜାଡିହି ସରକାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜୟୀ ହୋଇଛି ।୧୭ ବର୍ଷ ରୁ କମ୍ ବର୍ଗରେ ୭ଟି ଦଳ ଭାଗ ନେଇଥିଲେ । ସେଥିରେ ସଦର, କୋଇଡା, ଟାଙ୍ଗରପାଲୀ, କୁତ୍ରା, ଗୁରୁଣ୍ଡିଆ, ବଣେଇ ଓ ବିଶ୍ରା ଅନ୍ୟତମ । ଫାଇନାଲରେ ବିଶ୍ରା କୁତ୍ରାକୁ ହରାଇ ଚମ୍ପିୟାନ ହୋଇଥିଲା । ସେହିପରି ୧୪ ବର୍ଷରୁ କମ୍ ବର୍ଗରେ ବିଶ୍ରା ଓ କୁତ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ରା ବ୍ଲକ୍ ଚମ୍ପିୟାନ ହୋଇଥିଲା । ଉଭୟ ବର୍ଗରେ ବିଶ୍ରା ଚମ୍ପିୟାନ ହେବାର ଗୌରବ ଅର୍ଜନ କରିଥିଲା । ବିଶ୍ରା ବିଜାଡିହ ସ୍ଥିତ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପିଇଟି ସୌମ୍ୟରଞ୍ଜନ ଧଳ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି ବିଜୟ ନେଇ ବେଶ୍ ଉତ୍ସାହିତ ହେବା ସହ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ବିଦ୍ୟାଳୟରେ ଭଲିବଲ କୋଚ୍ ଭାବେ ଚନ୍ଦ୍ରଶେଖର କ୍ରୀଡା ସଂଗଠନର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ତେଣୁ ଏହି ବିଜୟ ପରେ ଉଭୟ ଛାତ୍ରୀ ଓ କୋଚ୍ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି ।