
- ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀକବି ସମ୍ମିଳନୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ନାରୀକବି ସମ୍ମିଳନୀ ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୁଶୀଳାବତୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼. ଜ୍ୟୋସ୍ନା ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବରେ କଳ୍ପତରୁ ଆଶ୍ରମର ଅଧ୍ୟକ୍ଷା ଡ଼. ସରୋଜିନୀ ପତି ଯୋଗଦେଇ ‘ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଆଧୁନିକ ବୌଦ୍ଧିକତା – ନାରୀ ଜୀବନର ନୂଆ ସମୀକରଣ’ ବାବଦରେ ଆଲୋଚନା କରିଥଲେ । କବି ମଞ୍ଜୁଳା କୁମାରୀ ରଥ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ଅବସରରେ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ସୁସ୍ମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସର୍ବପ୍ରଥମେ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳ, ସାଧାରଣ ସମ୍ପାଦକ ମନୋଜ୍ କୁମାର ନନ୍ଦଙ୍କ ସମେତ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଏବଂ କୁନ୍ତଳା କୁମାରୀ ସାବତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଉତ୍ସବର ଶୁଭାରମ୍ଭ କରାଗଲା । ବିଶିଷ୍ଟ କବି ବନଲତା ମିଶ୍ରଙ୍କୁ ନାରୀକବି ସମ୍ମାନ ପ୍ରଦାନ କରାଗଲା । କବି ଅହଲ୍ୟା ବାରିକ୍, ଗୀତା ପଣ୍ତା ଏବଂ ବାସନ୍ତୀ ପାତ୍ର ନୂଆ ସଦସ୍ୟତା ଗ୍ରହଣ କରିଥିବା ଅବସରରେ ଫୁଲତୋଡ଼ା ପ୍ରଦାନ ପୂର୍ବକ ସ୍ୱାଗତ କରାଯିବା ସଙ୍ଗେ ସଙ୍ଗେ ସ୍ମୃତି ସାନ୍ତ୍ଵନା ପତ୍ରିକା ସମ୍ପାଦିକା ତଥା ବିଶିଷ୍ଟ କବି ସବିତା ରାଣୀ ବେହେରାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଗଲା । ପ୍ରଥମ ପର୍ଯ୍ୟାୟରେ କବି ଅର୍ଚ୍ଚନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଡଲିରାଣୀ ବ୍ରହ୍ମାଙ୍କ ଅଧ୍ୟକ୍ଷତା ଏବଂ ସୁମିତ୍ରା ମିଶ୍ର ଓ ଗୀତା ରାଣୀ ବେହେରାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି ସୁସ୍ମିତା ମହାପାତ୍ର, ବିଜୟିନୀ ଜେନା, କନକଲତା ଦାସ, ଜ୍ୟୋସ୍ନା କୁମାରୀ ନାୟକ, ଡ଼ ଗୀତାଞ୍ଜଳୀ ପତ୍ରୀ, ସ୍ନେହଲତା ପଟ୍ଟନାୟକ, ବନଲତା ମିଶ୍ର, ଅହଲ୍ୟା ବାରିକ୍, ମମତା ଜେନା, ରଶ୍ମି ସାହୁ, ସବିତା ବସ୍ତିଆ, ଡ଼ ଜୟନ୍ତୀ କୁମାରୀ ପାଢ଼ୀ, ସୁନୀତା ସାହୁ, ସୁଚିତ୍ରା ସାମଲ, ବାସନ୍ତୀ ପାତ୍ର, କଳ୍ପନା ନନ୍ଦ, ହରମୋହନ ମିଶ୍ର, ଅଶୋକ କୁମାର ପଟ୍ଟନାୟକ, ବ୍ରଜବିହାରୀ ଦାସ, ନୃସିଂହ ଚରଣ ବିଶ୍ଵାଳ ଚିତ୍ତ ରଞ୍ଜନ ବ୍ରହ୍ମା, ହୃଷୀକେଶ ସାହୁ, ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସୁଶାନ୍ତ କୁମାର ନାୟକ ପ୍ରମୁଖ କଵି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ପୁଷ୍ପା ରାଣୀ ପଟେଲ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।