jayashree

କଦମପଡା ଠାରେ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟା ଏକତ୍ରୀକରଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଠାରେ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟା ଏକତ୍ରୀକରଣ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଚାର୍ଯ୍ୟ ସହଦେବ ଖମାରୀ, ସମ୍ମାନିତ ଅତିଥି କଲ୍ୟାଣୀ ସରାଫ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଚିନ୍ତାମଣି ମହନ୍ତଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୧୮୦ ଜଣ ପୂର୍ବତନ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ରହି ନିଜର ପରିଚୟ ପ୍ରଦାନ କରିବା ସହିତ ସରସ୍ଵତୀ ଶିଶୁ ମନ୍ଦିରରେ କରିଥିବା କାର୍ଯ୍ୟର ଅନୁଭୂତି ଏବେ ସେମାନଙ୍କ ଅନ୍ୟ ସ୍ଥାନର କାର୍ଯ୍ୟ କ୍ଷେତ୍ରରେ ବହୁ ଖୋରାକ ଯୋଗାଇଛି ବୋଲି କହିଥିଲେ । ଓଡ଼ିଶାରେ ଏପରି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏକ ପରିଷଦ ଗଠନ କରି ପାଣ୍ଠି ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାହାକି ଖୁବ୍ କମ୍ ଦକ୍ଷିଣା ପାଉଥିବା ଗୁରୁଜୀ ଗୁରୁମାଆଙ୍କର ପରିବାର ସଦସ୍ୟଙ୍କ ଶାରୀରିକ ଅସୁସ୍ଥ ଅବା ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରିହେବ । ପ୍ରତି ବର୍ଷ ଭିନ୍ନ ଭିନ୍ନ ସ୍ଥାନରେ ବଣଭୋଜି ମାଧ୍ୟମରେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିବା ପ୍ରୟାସ ଜାରି ରହିବ ବୋଲି ନିଷ୍ପତ୍ତି ନିଆଗଲା । ସର୍ବୋପରି ଏକ ଆନନ୍ଦମୟ ପରିବେଶ ମଧ୍ୟରେ ବନ୍ଦେ ମାତରମ୍ ଗାନ ପୂର୍ବକ ଦିନ ତମାମ କାର୍ଯ୍ୟକ୍ରମକୁ ବିରାମ ଦିଆଯାଇଥିଲା ।

Leave A Reply

Your email address will not be published.