jayashree

ଟିଟିଲାଗଡ ବିଜେଡି କାର୍ଯ୍ୟାଳୟରେ ଏସ୍‌ଆଇଆର୍‌ ସମ୍ପର୍କିତ କର୍ମଶାଳା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିର୍ବାଚନ କମିଶନଙ୍କ ଦ୍ୱାରା ସାରା ଦେଶରେ ଚାଲିଥିବା ଏସଆଇଆର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଟିଟିଲାଗଡ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ନେତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀମତୀ ସାହୁ କହିଥିଲେ ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦିଆଯାଇଛି । ସେ କହିଥିଲେ, ଭୋଟର ତାଲିକାକୁ ଅଧିକ ସଠିକ୍ ଓ ସ୍ୱଚ୍ଛ କରିବା ସହ ଶାନ୍ତିପୂର୍ଣ୍ଣ ଏବଂ ସୁଚାରୁ ମତଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ନିର୍ବାଚନ କମିଶନ ଏହି ଏସ୍‌ଆଇଆର୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କର୍ମଶାଳାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ବିଜେଡିର ନେତୃବୃନ୍ଦ ଏବଂ କର୍ମୀମାନେ ଯୋଗଦେଇ ଏସ୍‌ଆଇଆର୍‌ ପ୍ରକ୍ରିୟା, ଏହାର ଉଦ୍ଦେଶ୍ୟ ଏବଂ ଭୋଟରଙ୍କ ଭୂମିକା ସମ୍ପର୍କରେ ଅବଗତ ହୋଇଥିଲେ ।

Leave A Reply

Your email address will not be published.