p purohi

ଆଉ ନାହାନ୍ତି ବରିଷ୍ଠ ଓକିଲ ଗୌରୀଶ୍ୟାମ ପଣ୍ଡା

dr. purohit

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ବରିଷ୍ଠ ଓକିଲ ତଥା “ରେଆର” ଅନୁଷ୍ଠାନର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡାଙ୍କ ୭୩ ବର୍ଷ ବୟସରେ ଆଜି ବିୟୋଗ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ମୂଳ ନିବାସୀ ତଥା ସୋନପୁର ଘୋଡାଘାଟପଡ଼ାର ସ୍ଥାୟୀ ବାସିନ୍ଦା ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ପ୍ରଥମେ ୮ ତାରିଖରେ ସମ୍ବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ ପରେ ୧୦ ତାରିଖ ଦିନ ଭୁବନେଶ୍ଵରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୧୪ ଦିନ ହେଲା ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଆଜି ପ୍ରାୟ ଦିନ ୩ଟା ବେଳେ ଦେହାନ୍ତ ହୋଇଯାଇଛି । ସେ ଜିଲ୍ଲା କ୍ରୀଡାସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ତ୍ତମାନ ଉପଦେଷ୍ଟା ଥିବା ବେଳେ ଓକିଲ ସଙ୍ଘର ପୂର୍ବତନ ସଭାପତି, ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେପଟେ ଭୁବନେଶ୍ଵରରୁ ଶ୍ରୀ ପଣ୍ଡାଙ୍କ ମର ଶରୀର ସୋନପୁରକୁ ଅଣାଯାଉଥିବା ବେଳେ ଆସନ୍ତାକାଲି ସକାଳୁ ଅନ୍ତିମ ଦର୍ଶନ ପରେ ସୋନପୁର ସ୍ଥିତ ଶ୍ମଶାନରେ ଦାହ କରାଯିବା ନେଇ ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.