p purohi

ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ

dr. purohit

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଦୁଇ ବୀରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସମ୍ପାଦକ ବେଦବ୍ୟାସ ନାଗ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଓ ବୀର ଗାଥା ଉପରେ ବକ୍ତବ୍ୟ ଦେଇଥିଲେ । ସେହିପରି ଧର୍ମ ଜାଗରଣ ପ୍ରାନ୍ତ ସଂଯୋଜକ ବିକ୍ରମ ଆଚାର୍ଯ୍ୟ ସଭାରେ ଉପସ୍ଥିତ ରହି ଦୁଇ ବୀର ପୁରୁଷଙ୍କ କଥା କହିବା ସହ ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଜୟନ୍ତୀ ପାଳନ ସମୟରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ପୁଷ୍ପକେତୁ ବେହେରା, କୈଳାଶ ଦୀପ, ରୋହନ ମହତ, ରାଜୁ ଶର୍ମା, ରାଜୁ ବାରିକ, ପ୍ରକାଶ ପଧାନ, ନିଶିକାନ୍ତ ମହାପାତ୍ର, ଧର୍ମାନନ୍ଦ ଜୁଏଡ଼, ତୁଳସୀ ଜଗତ, ପରମାନନ୍ଦ ପୁଟେଲ, ସୋମନାଥ ସାହୁ, ବିମଳ ହାତୀ, ମୋହନ ସୁନା ପ୍ରମୁଖ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.