ଖଲିଆପାଲି ଯୁବକ ହତ୍ୟା ଘଟଣା : ପୀଡିତ ପରିବାରକୁ ସହାୟତା ଦେଲେ ଓମ୍‌ପ୍ରକାଶ କୁମ୍ଭାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଳା ବ୍ଲକ ଖଲିଆପାଲିଠାରେ ନିର୍‌ୱେଲଙ୍କୁ ଶ୍ରୀକାନ୍ତ ନାଗ ନାମକ ଜଣେ ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲ । ଯୁବ ପୁଅକୁ ହରାଇ ନିର୍‌ୱେଲ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ଲକ୍ଷେ ଘର ଗଣ୍ଡା ସମାଜର ପଶ୍ଚିମ ଓଡିଶା ସଭାପତି ଓମ୍‌ପ୍ରକାଶ କୁମ୍ଭାର ଆଜି ଖଲିଆପାଲି ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଘଟଣା କ୍ରମ ବୁଝିଥିଲେ । ପୀଡିତ ପରିବାର ଓ ମୃତ ନିର୍‌ୱେଲଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କହିବା ସଂ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଯୋଗଇ ଦେଇଥିଲେ । ତେବେ ଘଟଣା ହେବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ନାଗ ଗାଁ ଛାଡି ଫେରାର ରହିଛି । ଏପଟେ ମୃତ ନିର୍‌ୱେଲଙ୍କ ମା’ ବାପା ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.