jayashree

ପରିବେଶକୁ ସ୍ୱଚ୍ଛ ରଖିବା ଓ ନିୟମିତ ରକ୍ତଦାନ କରିବା ସଂକଳ୍ପ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହିତ ସମାଜସେବା ଓ ପରିବେଶର ସୁରକ୍ଷା କରିବା ମଧ୍ୟ ଆମର ଗୁରୁଦାୟିତ୍ୱ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଥିଲେ । ସ୍ୱଚ୍ଛ ପରିବେଶ ଏକ ସୁସ୍ଥ ଭାରତ ଗଠନର ମୂଳଦୁଆ ହୋଇଥିବାବେଳେ ରକ୍ତଦାନ ଦ୍ୱାରା ଅନେକ ଅମୂଲ୍ୟ ଜୀବନ ବଞ୍ଚାଇ ହେବ ବୋଲି ସେମାନେ କହିଥିଲେ । ଏଥିସହ ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ଓ ନିୟମିତ ରକ୍ତଦାନ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହି କ୍ରମରେ ଅକ୍ଟୋବର ୨ ତାରିଖରେ ଚିହ୍ନଟ ସ୍ଥାନଗୁଡ଼ିକରେ ବିଦ୍ୟାଳୟ କର୍ମଚାରୀ ଓ ସିଆରପିଏଫ୍ ଅଧିକାରୀ ତଥା ଯବାନମାନେ ମିଳିତ ଭାବେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହାପରେ ସମସ୍ତେ ସ୍ୱଚ୍ଛତାର ଶପଥ ନେବା ସହ ‘ଏକ ପେଡ୍ ମା’ କେ ନାମ’ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସ୍ୱଚ୍ଛତା ଅଭିଯାନରେ ନିଷ୍ଠାର ସହ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କୁ ମିଠା ବଣ୍ଟନ କରି ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ମାନବସେବାର ବାର୍ତ୍ତା ପ୍ରସାର କରାଯାଇଥିଲା ।

Leave A Reply

Your email address will not be published.