jayashree

ବଲାଙ୍ଗିରରେ ଛାତ୍ରୀଙ୍କ ବ୍ୟାଗ୍ ଛିନ୍ତାଇ ଘଟଣାର ପର୍ଦ୍ଦାଫାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଜଣେ ଛାତ୍ରୀଙ୍କ ଠାରୁ ବେଗ୍ ଛିନ୍ତାଇ ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଗତ ୩୦ ସେପ୍ଟେମ୍ବର ୨୦୨୬ ଦିନ ଜଣେ ଛାତ୍ରୀ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକ୍‌‌ରେ ଆସି ତାଙ୍କ ଠାରୁ ସେମାନେ ବଳପୂର୍ବକ ବ୍ୟାଗ୍‌ ଛଡେଇ ନେଇ ପଳାଇ ଯାଇଥିଲେ । ଏହି ବ୍ୟାଗ୍‌ରେ ଏକ ରିଆଲମି ସି୨ ମୋବାଇଲ୍ ଫୋନ୍, ପରିଚୟପତ୍ର, ବହି ଓ କିଛି ଟଙ୍କା ରହିଥିଲା । ଅଭିଯୋଗ ପରେ ଘଟଣା ସଂପର୍କରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ୍‌ ଯାଞ୍ଚ ଓ ସ୍ଥାନୀୟ ସୂଚନା ଆଧାରରେ ୨ ଅକ୍ଟୋବରରେ ପୋଲିସ ଦିବ୍ୟକାନ୍ତ ବୁଡେକ (୧୯) ଓ ବ୍ରାହ୍ମଣୀପାଲିର ଜଣେ ନାବାଳକଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ତିନୋଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା, ଔଷଧ, ଲାଇବ୍ରେରୀ କାର୍ଡ, ଦୁଇଟି ବ୍ୟାଗ୍‌ ଓ ଘଟଣାରେ ବ୍ୟବହୃତ ବାଇକ୍‌ ଜବତ କରାଯାଇଛି । ପଚରାଉଚରା ସମୟରେ ଅଭିଯୁକ୍ତମାନେ ଅନ୍ୟ ଏକ ସମାନ ଛିନ୍ତାଇ ଘଟଣାରେ ମଧ୍ୟ ଜଡିତ ଥିବାକୁ ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତଙ୍କୁ ଆଦାଲତକୁ ପଠାଯାଇଥିବା ବେଳେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ହାଜର କରାଯାଇଛି ।

Leave A Reply

Your email address will not be published.