csstore

ପାଇକମାଲ ବ୍ଲକ୍‌ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଓ ବ୍ଲକ ପ୍ରଶାସନ ତରଫରୁ ୨ ଦିନିଆ କଳାକାରମାନଙ୍କର ତାଲିମ ଶିବିର ବ୍ଲକ କଳା ସଂସ୍କୃତି ସଂଘ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱରେ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ଅମୃତ ବାରିକ, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଓ ବ୍ଲକ କଳା ସଂସ୍କୃତି ସଂଘ ସଂପାଦକ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭବାନୀ ପଟେଲ ଉପସ୍ଥିତ ଥିଲେ । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ଦେବାଶିଷ ସିହ୍ନା, ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଲକ କଳାକାର ମହାସଂଘ ସଭାପତି ପ୍ରେମ ସାଗର ଫୌଜଦାର, ବ୍ଲକ ବି.ପି.ଏମ୍‌. ଇନ୍ଦ୍ରମଣି କୁମ୍ଭାର, ସୁପର ଭାଇଜର ସୌଦାମିନୀ ଭୋଇ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭବାନୀ ପଟେଲ ଓ ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ଲଳିତ ଜଗତ ଉପସ୍ଥିତ ଥିଲେ । ତାଲିମ ଶିବିରରେ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା ପ୍ରଶିକ୍ଷକ ଲଳିତ ଜଗତ ଅତିଥି ପରିଚୟ ପ୍ରଦାନ କରି ଉପସ୍ଥିତ ସବୁ କଳାକାରମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରି ତାଲିମ ଶିବିର ଆରମ୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକ କଳାର ପ୍ରୟୋଗ ସରକାରଙ୍କ ୧୧ଟି ଯୋଜନା ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ, ମମତା, ୫ଟି ସ୍କୁଲ, ଫସଲବୀମା, ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ, କ୍ରୀଡ଼ା, ଫସଲ ଋଣ ସୁଧ ରିହାତି, ମୋ ଓଡ଼ିଶା ନବୀନ ଓଡ଼ିଶା ଓ ମିଶନ ଶକ୍ତି ଉପରେ ଅତିଥି ଓ ସରକାରୀ ବିଭାଗୀୟ ଅଧିକାରୀମାନେ କଳାକାରମାନଙ୍କୁ ତାଲିମ ପ୍ରଦାନ କରି କିପରି ଭାବରେ ଗାଁ ଗାଁ ବୁଲି ଏହାର ପ୍ରଚାର ପ୍ରସାର କରିବେ ସେ ବିଷୟରେ ପୁଙ୍ଖାନପୁଙ୍ଖ ବୁଝାଇ ଥିଲେ । ଏଥିରେ ମୋହିତ ବାଗ ଓ ବ୍ଲକର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.