csstore

ବଲାଙ୍ଗିରରେ ଧୁମ୍‌ଧାମ୍‌ରେ ପାଳନ ହେଲା ବିଶ୍ୱ ଫାର୍ମାସିଷ୍ଟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ମଧ୍ୟରେ ଅବସ୍ଥିତ ଭୀମଭୋଇ ମେଡିକାଲର ମାତୃ ଓ ଶିଶୁ ବିଭାଗରେ ଥିବା ସଭାକକ୍ଷରେ ବିଶ୍ୱ ଫାର୍ମସିଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭୀମଭୋଇ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ ଡା. ମାନସୀ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କେ.ସି. ମହନ୍ତ, ମୁଖ୍ୟବକ୍ତା ଭାବରେ ଶରତ ଚନ୍ଦ୍ର ନାଏକ, ରାଜ୍ୟ ଫାର୍ମାସିଷ୍ଟ ସଂଘ ସଂପାଦକ ହିମାଂଶୁ ଭୁଷଣ ମିଶ୍ର, ଜିଲ୍ଲା ଫାର୍ମାସିଷ୍ଟ ସଂଘ ସଭାପତି ନିବୁ ପ୍ରଧାନ, ଜିଲ୍ଲା ସଂପାଦକ ରାଧା ମାଧବ ମିଶ୍ର ଏବଂ ଷ୍ଟାର ହେଲ୍‌ଥ୍‌ ଇନ୍‌ସ୍ୟୁରେନ୍ସ ଏସ୍‌ଏସ୍‌ଏମ୍‌ ଜୟକୃଷ୍ଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫାର୍ମାସିଷ୍ଟମାନଙ୍କ ନିଷ୍ଠାର ସହ କାମକୁ ଭୁୟସି ପ୍ରଶଂସା କରିଥିଲେ । ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମହନ୍ତ ତାଙ୍କ ମନ୍ତବ୍ୟରେ କହିଥିଲେ ଫାର୍ମାସିଷ୍ଟଙ୍କ କେତେ ଗୁରୁତ୍ୱ ରହିଛି ଚିକିତ୍ସାଳୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମୁଖ୍ୟ ଫାର୍ମାସିଷ୍ଟ ନାରାୟଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଫାର୍ମାସିଷ୍ଟ ଏକାଠି ନାଚ ଗୀତ ଗାଇ ବିଶ୍ୱ ଫାର୍ମାସିଷ୍ଟ ଦିବସକୁ ମହାସମାରୋହରେ ପାଳନ କରିଥିଲେ ।

jayashree
Leave A Reply

Your email address will not be published.