pakka

ଭିଜିଲାନ୍ସ ଜାଲରେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍

bbehera

ଗଜପତି : ଭିଜିଲାନ୍ସ ଜାଲରେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ । ଗଜପତି ଜିଲ୍ଲା ଆର୍. ଉଦୟଗିରି ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ବସ୍ ଯୋଗେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭୁବନେଶ୍ୱର ଆସୁଥିଲେ । ଏହି ସମୟରେ ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଛି ଏଥିସହ ତାଙ୍କ ନିକଟରୁ ୫ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି । ତେବେ ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ରୋହିତଙ୍କୁ ଗିରଫ କରଯାଇଛି । ଅନ୍ୟପଟେ ଟଙ୍କାକୁ ଜବତ ପରେ ଭିଜିଲାନ୍ସ ଅଧିକ ଯାଞ୍ଚ ଆରମ୍ଭ କରିଛି । ଏହି କ୍ରମରେ ରୋହିତଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଅବସର ପରେ ଥଇଥାନ ଯୋଜନାରେ ପୁନଃନିଯୁକ୍ତି ପାଇଥିଲେ ରୋହିତ ।

jay balangir
Leave A Reply

Your email address will not be published.

3 × 3 =