om academy

ସିଭିଲ୍‌ କୋର୍ଟର ବରିଷ୍ଠ କର୍ମଚାରୀ ନନ୍ଦକିଶୋର ସୁନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ୍‌ କୋର୍ଟ କରିସରରେ ଜିଲ୍ଲା ନ୍ୟାୟାଳୟର ବରିଷ୍ଠ କର୍ମଚାରୀ ନନ୍ଦ କିଶୋର ସୁନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦଧିବାବନ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା ଉପସ୍ଥିତ ରହି ଶ୍ରୀ ସୁନାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ସଭାକୁ ସଂଘର ସଂପାଦକ ଆକାଶ ତ୍ରିପାଠୀ ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମସ୍ତ ବରିଷ୍ଠ ଓ କନିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଏବଂ ସିଭିଲ୍‌କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସିଭିଲ୍‌ କୋର୍ଟ ରେଜିଷ୍ଟାର ଚରଣଜିତ୍‌ ଓରାମ୍‌, ପରିବାର ନ୍ୟାୟଧିଶ ବିକ୍ରମ କେଶରୀ ପଟ୍ଟନାୟକ, ମୁଖ୍ୟ ପ୍ରଶାସନିକ ଅଧିକାରୀ ବଳରାମ ମେହେର, ସଭାପତି ଦଧିବାବନ ଶତପଥି ପ୍ରମୁ୍‌ଖ ଉଦ୍‌ବୋଧନ ଦେଇଥିଲେ । ଆଶା ପଣ୍ଡା ମାନପତ୍ର ପାଠ କରିଥିଲେ । ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା ଶ୍ରୀ ସୁନାଙ୍କ ଅବସର ପରର ଜୀବନ ସୁଖମୟ ହେବା ପାଇଁ ଆଶୁକାମନା କରିଥିଲେ । ଶେଷରେ ସଂଘର ସଭାପତି ଲକ୍ଷ୍ମୀନାରାୟଣ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ନ୍ୟାୟାଳୟର ଉପପ୍ରଶାସକ ଶୁଭ୍ରାଂଶୁ ବାଗ, ସହକାରୀ ପ୍ରଶାସକ ସୁବ୍ରତ କୁମାର ମିଶ୍ର, ସୁଜିତ୍‌ କୁମାର ସ୍ୱାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

two × one =