om academy

ସିଭିଲ୍‌ କୋର୍ଟ ପରିସରରେ ସ୍ପେଶାଲ୍‌ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ଆଜି ସକାଳ ୯ଟା ୩୦ ମିନିଟ ସମୟରେ ସ୍ପେଶାଲ ଜଜ୍‌ (ଭିଜିଲାନ୍ସ)ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍‌ ଏସ୍‌ ମୁରଲୀଧର, ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରୁ ଜିଲ୍ଲା ଓ ଦୌରାଜଜ୍‌ ଲାଲାଟେନ୍ଦୁ ଜେନା ସ୍ପେଶାଲ ଜଜ୍‌(ଭିଜିଲାନ୍ସ) ମଳୟ ରଞ୍ଜନ ଦାଶ, ସିଭିଲ୍‌ କୋର୍ଟ ରେଜିଷ୍ଟାର ଚରଣଜିତ୍‌ ଓରାମ୍‌ ଓ ଅନ୍ୟାନ୍ୟ ବିଚାରପତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଓଡିଶାର ୭ଟି ଜିଲ୍ଲାରେ ୫୦ଟି କୋର୍ଟକୁ ପେପରଲେସ୍‌ କରାଯାଇଛି । ସିଷ୍ଟମ ଅଫିସର ଅନିଲ ଦାସ୍‌, ସିଷ୍ଟମ ଆସିଷ୍ଟାଣ୍ଟ ହିମାଂଶୁ ରାଏ, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ଉପପ୍ରଶାସକ ଶୁଭ୍ରାଂଶୁ ବାଗ, ସହକାରୀ ପ୍ରଶାସକ ସୁବ୍ରତ କୁମାର ମିଶ୍ର, ସୁଜିତ କୁମାର ସ୍ୱାଇଁ, ଭି.ସି. କୋଡିନେଟର୍‌ କିରଣ ପ୍ରଧାନ ଓ ହର୍ଷବର୍ଦ୍ଧନ ସିଂଦେଓ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

two × five =