pakka

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ

bbehera

ଗଜପତି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍‌ଙ୍କ ଦ୍ୱାରା ଜାରି ଓ୍ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର, ଦିଗପହଣ୍ଡି ଓ ଆର୍ ଉଦୟଗିରି ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରି ଦିଲ୍ଲୀପଙ୍କ ସମ୍ପତ୍ତି ଆକଳନ କରୁଛି ତଦନ୍ତକାରୀ ଦଳ । ଦିଲ୍ଲୀପଙ୍କର ବ୍ରହ୍ମପୁର ଗୋପବନ୍ଧୁ ନଗରରେ ଏକ ଫ୍ଲାଟ ରହିଛି । ଜ୍ୟୋତି ନଗରରେ ଦୁଇ ମହଲା ବିଶିଷ୍ଟ କୋଠା ରହିଛି । ଉଦୟଗିରି ଛେଳିଗଡା ସ୍ଥିତ ସରକାରୀ ବାସଭବନ ସହିତ ତାଙ୍କର ଅଫିସରେ ତଲାସି କରୁଛି ଭିଜିଲାନ୍ସ ଟିମ୍ ।

jay balangir
Leave A Reply

Your email address will not be published.

13 + eighteen =