ବେଆଇନ ବାଣ ଜବତ ସହ ଜଣେ ଗିରଫ

ସାନଖେମୁଣ୍ଡି : ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ ପୋଲିସର ଅତର୍କିତ ଚଢ଼ାଉ । ପାଟପୁର ଥାନା ଡେଙ୍ଗାଉସ୍ତା ମାର୍କେଟ ଅଞ୍ଚଳରେ ବେଆଇନ ବାଣ ଗଚ୍ଛିତ ଥିବା ଗୋଦାମରେ ଚଢ଼ାଉ କରିଛି ପୋଲିସ । ବାଣ ଜବତ ହୋଇଛି ଯାହାର ଅନୁମାନିକ ବଜାର ମୂଲ୍ୟ ଦଶ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ କହିଛି । ତାଳ ଫୋଟକା, ନଡ଼ିଆ ବାଣ, ପଟାସ, କୁମ୍ପି, ମରିଚ ବାଣ ସମେତ ବିଭିନ୍ନ ରକମର ବାଣ ଜବତ ସହ ଜଣେ ଗିରଫ ହୋଇଛି ।

ଗିରଫ ଅଭିଯୁକ୍ତ ଡେଙ୍ଗାଉସ୍ତାର କୈଳାସ ପାତ୍ର ବୟସ । ଚଢ଼ାଉ ସମୟରେ ଏସ୍‌ଆଇ ସାନ୍ତୁନୁ କୁମାର ଦିଗଲ, ମିଲନ ପ୍ରଧାନ, ପରମେଶ୍ୱର ମଲ୍ଲିକ, କନେଷ୍ଟବଳ ହେମନ୍ତ କୁମାର ସାହୁ, ମୋନାଲିସା ମଲ୍ଲିକ, ଉପେନ୍ଦ୍ର ପ୍ରଧାନ, ବିରେନ ରଇତ ଉପସ୍ଥିତ ଥିଲେ । ଏନେଇ ପାଟପୁର ଥାନାରେ ୪୫୪/୨୨ ନମ୍ବର ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

fifteen + 20 =