jayashree

ଆଧ୍ୟାତ୍ମିକ ପତ୍ରିକା ବଳଦେବ ବିଥିକା ଉନ୍ମୋଚିତ

ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦର ଦଶମ ବାର୍ଷିକ ଆଧ୍ୟାତ୍ମିକ ଗବେଷଣାତ୍ମକ ପତ୍ରିକା “ବଳଦେବ ବିଥିକା” କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ପ୍ରାଙ୍ଗଣରେ ବଳଦେବ ଜନ୍ମ ମହୋତ୍ସବ ପାଳନ ଅବସରରେ ଉନ୍ମୋଚିତ ହୋଇଯାଇଛି । କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର୍‌ ଆୟାର ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ । ବଳଦେବ ମନ୍ଦିର ସେବାୟତ ନିଯୋଗର ଟ୍ରଷ୍ଟି ନୃସିଂହ ପ୍ରସାଦ ପତି ବଳଦେବ ଜନ୍ମ ମହୋତ୍ସବ ରାଜ୍ୟସ୍ତରୀୟ ୧୦୯ ତମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବଳଦେବ ବିଥିକା ଆଧ୍ୟାତ୍ମିକ ସାହିତ୍ୟ ଗବେଷଣା କ୍ଷେତ୍ରରେ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଡ଼କ୍ଟର ସର୍ବେଶ୍ୱର ସେଣ କୈବଲ୍ୟ ସାହିତ୍ୟ ସଂସଦ ସାହିତ୍ୟ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି ବୋଲି ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି କୈବଲ୍ୟ ସାହିତ୍ୟ ସଂସଦର ନୂତନ ସୃଷ୍ଟି ପ୍ରତିଷ୍ଠା ପ୍ରଦାନ କରିପାରିଛି ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । କବି ବଂଶୀଧର ମହାପାତ୍ର ବଳଦେବ ଜନ୍ମ ଶୀର୍ଷକ କବିତା ଗାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ତୁଳସୀ କ୍ଷେତ୍ର ଆଧ୍ୟାତ୍ମିକ ଚେତନାର ପ୍ରାଣକେନ୍ଦ୍ର ବୋଲି ସ୍ପଷ୍ଟ କରିଥିଲେ । ଉକ୍ତ ଅବସରରେ ନାମ ସଂକୀର୍ତ୍ତନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ କବି ହିମାଂଶୁ ଭୂଷଣ ଜେନା , ବେଣୁଧର ନାୟକ, କବି ଅନ୍ତର୍ଯ୍ୟାମୀ ବେଜ୍, ଡ଼କ୍ଟର ଲକ୍ଷ୍ମଣ ସାହୁ, ରୂପେଶ ନାୟକ, ତାପସ କୁମାର ସାହୁ, ଜଗବନ୍ଧୁ ପ୍ରଧାନ, ସୁନାକର ପ୍ରଧାନ, ଅଶୋକ କୁମାର ସୁଆର, ବିନୋଦ କୁମାର ବେହେରା ଯୋଗଦାନ କରି ବଳଦେବ ଜନ୍ମ ଏବଂ ରକ୍ଷା ବନ୍ଧନର ମାହାତ୍ମ୍ୟକୁ ବ୍ୟାଖ୍ୟା କରିଥିଲେ । ସାରସ୍ଵତ ସାଧକ ଏବଂ ସାଧିକା ମାନଙ୍କୁ ରାଜ୍ୟସ୍ତରୀୟ ବଳଦେବ ସାରସ୍ଵତ ସମ୍ମାନ ଏବଂ ସମାଜସେବୀ ମାନଙ୍କୁ ରାଜ୍ୟସ୍ତରୀୟ ବଳଦେବ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ କବି ସତ୍ୟବ୍ରତ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.