
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବଳୟା କଲେଜର ଅର୍ଥନୀତି ବିଭାଗର ଅଧ୍ୟକ୍ଷ ଦେବାଶିଷ ପଧାନ ଯୋଗ ଦେଇ ରକ୍ଷାବନ୍ଧନର ମହତ୍ୱ ବିଷୟରେ ଭାଇ ଭଉଣୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ସହପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ବଡମାଳୀ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବହୁତ୍ ଆନନ୍ଦ ଉଲ୍ଲାସର ସହ ରକ୍ଷା ବନ୍ଧନ କରାଯାଇଥିବା ବେଳେ ଶେଷରେ ଗୁରୁମା ଶ୍ରୀମତୀ ପ୍ରତିଭାମୟୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।