jsm

ବିଧାୟକଙ୍କ ଦ୍ୱାରା ବେଲପଡା ପଂଚାୟତର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲପଡା ଗାଁର ଗ୍ରାମ୍ୟ ଉଦ୍ୟାନ ଓ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସରପଂଚ ସଂଘର ସଭାପତି ଉପେନ୍ଦ୍ର ମେହେର, ବେଳପଡା ପଂଚାୟତ ସରପଂଚ ଅଞ୍ଜନା ମେହେର, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବେଳପଡା ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଚନ୍ଦ୍ର ଠାକୁରଙ୍କ ସହିତ ବେଲପଡା ପଂଚାୟତର ଏମ୍‌ବିକେ, ସିଆର୍‌ପି ଓ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ଏବଂ ପଂଚାୟତର ସମସ୍ତ ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.