jsm

ରାଣୀପୁର ଝରିଆଲରେ ବଙ୍ଗୋମୁଣ୍ଡା ପଂଚାୟତ ସମିତିର ଅନ୍ତିମ ବୈଠକ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲଠାରେ ବଙ୍ଗୋମୁଣ୍ଡା ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ସିନ୍ଧେକେଲା ଜୋନ ଜିଲ୍ଲା ପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ, ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନା, ଜିପିଇଓ ରାହସ ବିହାରୀ ମଲ୍ଲିକଙ୍କ ସହ ବିଭାଗୀୟ ଅଧିକାରୀ, ୨୬ ଗୋଟି ପଂଚାୟତର ସମିତି ସଭ୍ୟ ଓ ସରପଂଚମାନେ ଉପସ୍ଥିତ ଥିଲେ । ଏହି ବୈଠକ ଅନ୍ତିମ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

yuvodaya
Leave A Reply

Your email address will not be published.