pakka

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେଡି ଦୁଇ ଭାଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣି) : ସାରା ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଦୁଇ ଭାଗରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଚୟନ କରି ବିଜେଡି ନିର୍ବାଚନକୁ ଓହ୍ଲାଇ ଥିବାବେଳେ ପଦ୍ମପୁର ବିଜୁ ଜନତାଦଳ ରାଜନୀତିରେ ଭୁବନେଶ୍ୱର ମହାନଗର ନିଗମରେ କାର୍ୟ୍ୟରତ ଜଣେ ସରକାରୀ ଅଧିକାରୀ ମହେନ୍ଦ୍ର ବଢେଇଙ୍କ ଆବିର୍ଭାବ ହୋଇଥିବା କୁହାଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅଧିକାଂଶ ଗ୍ରାମ ପଞ୍ଚାୟତରେ ଶ୍ରୀ ବଢେଇଙ୍କ ସମର୍ଥନରେ ପ୍ରାର୍ଥୀ ମାନେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏପରିକି ଆଠଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭିତରୁ ୨ଜଣ ଜିଲ୍ଲା ପରିଷଦର ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳର ଦଳରୁ ଟିକେଟ କରାଇବାରେ ଶ୍ରୀ ବଢେଇ ସଫଳ ହୋଇଥିବା ଜଣାଯାଏ । ଶ୍ରୀ ବଢେଇ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗୋଷ୍ଠୀ ଭାବେ ପଦ୍ମପୁରରେ ନିଜର ପରିଚୟ ତିଆରି କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ବରଗଡ ଲୋକସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ହେବା ପାଇଁ ଶ୍ରୀ ବଢେଇ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ବରଗଡ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିଥିଲା । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଆଉ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଟାଳ ଗ୍ରାମ ନିବାସୀ ମହେନ୍ଦ୍ର ବଢେଇ ୨୦୨୪ ମସିହାରେ ପଦ୍ମପୁର ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହେବାପାଇଁ ପ୍ରାଣମୂର୍ଚ୍ଛ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି, ଯେଉଁଥି ପାଇଁ ସେ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କସରତ ଆରମ୍ଭ କରି ଦେଇଥିବା ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

12 + 5 =

error: Content is protected !!