pakka

ବୟସ କମ୍‌, କିନ୍ତୁ ଦେଶ ସେବା ପାଇଁ ରହିଛି ଅନେକ ସ୍ୱପ୍ନ

bbehera

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବୟସ ଛୋଟ କିନ୍ତୁ ସ୍ୱପ୍ନ ଅନେକ, ମୁଁ ବି ଦିନେ ବଡ଼ ହୋଇ ଦେଶସେବା କରିବି । ମୋ ଦେଶର ସୁରକ୍ଷା ମୁଁ ନିଜେ କରିବି, ଏମିତି ଅନେକ ସ୍ୱପ୍ନ ନେଇ ଆରମ୍ଭ କରି ଦେଇଛନ୍ତି ପ୍ରସ୍ତୁତି ତାହା ପୁଣି ଛୋଟ ବୟସରୁ । ପାଟଣାଗଡ଼ ମେହେରପଡାରେ ରହୁଥୁବା ଯୁଧିଷ୍ଠିର ଦାସଙ୍କ ପୁଅ ଛୋଟ ବେଳରୁ ଯବାନ ହେବାକୁ ରଖିଛନ୍ତି ଅନେକ ଆଶା । ଛାତ ଉପରେ ଛିଡା ହୋଇ ବ୍ୟାୟାମ କରୁଛନ୍ତି । ହାତକୁ ହାତ ହଲେଇ ଅଭିନୟନୟ କରନ୍ତି । ସେ ଜାତୀୟ ସଂଗୀତ ୫୨ ସେକେଣ୍ଡରେ ଗାଇ ସମାପ୍ତି କରିପାରୁଛନ୍ତି । ପାଟଣାଗଡ଼ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ପ୍ରତିଷ୍ଠାତା ଯୁଧିଷ୍ଠିର ଦାସ । ତାଙ୍କର ଚାରି ବର୍ଷ ଦୁଇ ମାସର ସୁପୁତ୍ର ଶ୍ରୀଅଂଶ ଦାସ ସ୍କୁଲ ଯାଇନି ଅଥଚ ତୁଳସୀ ଦୁଇ ପତ୍ର ବାସେ ଭଳି ଶ୍ରୀଅଂଶଙ୍କ ଦେଶ ସେବା କରିବା ପାଇଁ ମନରେ ପ୍ରବଳ ଆଗ୍ରହ ଉତ୍କଣ୍ଠା ଭରି ରହିଛି । ଶ୍ରୀଅଂଶଙ୍କ ମା’ ଜଣେ ଶିକ୍ଷୟତ୍ରୀ । ଶ୍ରୀଅଂଶ ଗୁଣୁଗୁଣୁ ଗୀତ ଗାଉଥିବା ଓ ଅଙ୍ଗଭଙ୍ଗି କରୁଥିବା ଦେଖି ବାପାମା’ ପିଲାଦିନରୁ ଶ୍ରୀଅଂଶୁଙ୍କୁ ଗୀତ ଗାଇବାକୁ ପ୍ରସ୍ତୁତ କରିଥିଲେ । ବାପା ମାଆ ଆଶା ବାନ୍ଧିଛନ୍ତି, ଶ୍ରୀଅଂଶ ବଡ ହୋଇ ଦେଶ ସେବା କରିବ ।

jay balangir
Leave A Reply

Your email address will not be published.

1 × 5 =

error: Content is protected !!