pakka

ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଥିାବେଳେ ସାଧାରଣ ସଂପାଦିକା ସଂଗୀତା ଜେନାଙ୍କ ଆବାହକତ୍ୱ ଓ ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଶାନ୍ତନୁ କୁସୁମ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ଆରଏସ୍‌ପି ଅଫିସର ଆସୋସିଏସନ୍‌ନ୍ତ ସଭାପତି ଅବକାଶ ମଲ୍ଲିକ, ପୂର୍ବତନ ମହାପ୍ରବନ୍ଧକ ନାରାୟଣ ପତି, ସମାଜସେବୀ ହରିହର ରାଉତରାୟ, ବରିଷ୍ଠ ସାମ୍ବାଦିକ ଡଃ ପୀତବାସ ମିଶ୍ର, ଜଟାଧାରି ମାଝୀ, ଓକିଲ ସଂଘ ସଭାପତି ରମେଶ ବଳ, ନିଟ୍ରାର ଅଧ୍ୟକ୍ଷ ବିମଳ ବିଶି, ମାନବାଧିକାର କର୍ମୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅତିଥି ମାନେ କହିଥିଲେ ଯେ ସଂପ୍ରତି ଗଣତନ୍ତ୍ର କେତ ସୁଦୃଢ଼ ହୋଇଛି ତାହା ସହ ତାଳ ଦେଇ ଗଣମାଧ୍ୟମ ବ୍ୟବସ୍ଥା କେତେ ସୁଦୃଢ ତାହା ସମୀକ୍ଷା କରିବା ଦରକାର । ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ହିସାବରେ ଦାୟିତ୍ୱ ନିର୍ବାହ କଲେ ତାହା ସମାଜକୁ ଉଚିତ ଦିଗଦର୍ଶନ ଦେଇପାରିବ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁନିଲ କାୟଲ, ଶୁଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଡଃ ସୁବାସ ଲେଙ୍କା, ଗନ୍ଦୁର ଓରାମ, ରଞ୍ଜିତ ବୋଷ, ସନ୍ତୋଷ ସ୍ୱାଇଁ, ଶିବଶରଣ ମିଶ୍ର, ଉମେଶ ସିଂ, ଜଗବନ୍ଧୁ ଗାୟନ, ଅକ୍ଷୟ ଧଳ, ଶରତଚନ୍ଦ୍ର ପଣ୍ଡା, ଜଗନ୍ନାଥ ମାହାତୋ, ବାବୁ ପରିଡା, ଭୋଳାନାଥ ପ୍ରଜାପତି, ସୁଶ୍ରୀ ବିଶ୍ୱଜିତା ମହାପାତ୍ର, ସୁବାସ ଗୁପ୍ତା, ଇନ୍ଦ୍ର ମିସ୍ତ୍ରୀ, ପ୍ରବାଳ ରଂଜନ ବାରିକ, ଶୈଳେନ୍ଦ୍ର ସାହୁ, ସୁଶାନ୍ତ ଦାଶ, ସୁଦୀପ ଦେ, ପ୍ରକାଶ ପାଶୱାନ, ବିଦେଶୀ ନାୟକ, ରାଜଦୀପ ମହାନ୍ତି, ଦିଲ୍ଲୀପ ଶର୍ମା, ସୁନ୍ଦର କିଶାନ ସଂଗ୍ରାମ କେଶରୀ ନାୟକ, ସୁରଥ ବାରିକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ସାଧାରଣ ସଂପାଦିକା ସଂଗୀତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

19 − twelve =

error: Content is protected !!