om academy

ପଞ୍ଚାୟତସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ : ଶିଶୁ ହସିଲେ ଦୁନିଆଁ ହସିବ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ବର୍ଲା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ସାହୁ ଯୋଗଦେଇଥିଲେ ।ସୁନାମୁଦି ଅଙ୍ଗନବାଡି କର୍ମୀ କୌଶଲ୍ୟା ସୁନା ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ କରି ପରେ ଗାଁ ପରିକ୍ରମା କରି, ବାଲ୍ୟ ଅବସ୍ଥାକୁ ସୁରକ୍ଷା ଦିଅ ଶିଶୁ ମୁହଁରେ ହସ ଫୁଟାଅ, ବାଲ୍ୟ ବିବାହ ଧନ୍ଦା ପୋଲିସ ହାତେ ବନ୍ଧା, ପିଲାଙ୍କୁ କଲେଜ ସମ୍ମାନ ସମାଜର ବଢଇ ମାନ ସ୍ଲୋଗାନ କରିଥିଲେ । ଏଥିରେ ଅଙ୍ଗନବାଡି କର୍ମୀ ବାଲେଶ୍ୱରୀ ବାଗ, ତେଜକାନ୍ତି ନାଗ, ଗୋମତି ନାଗ, ସୁନିତା ବାଗ, ନିରୁପମା ଶବର, ସ୍ନେହଲତା ମିଶ୍ର, ନିରାମଣି ବିଶ୍ବାଳ, କମଲା ସଗରିଆ ଓ କିଶୋରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଟଙ୍କପାଣି ଅଙ୍ଗନବାଡି କର୍ମୀ ଅଞ୍ଜଳି ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.