୪୫ ଲକ୍ଷ ଟଙ୍କାର ସିରପ୍‌ ଜବତ, ଦୁଇ ଗିରଫ

ଚୌଦ୍ୱାର : ଟାଙ୍ଗୀ ଥାନା ସାନସର୍ଦ୍ଦୋଳା ନିକଟସ୍ଥ ବ୍ରାହ୍ମଣଭୋଗ ଗ୍ରାମରେ ଚଢଉ କରି ପୁଲିସ ୨୬୨ ପେଟିରେ ଥିବା ଲାବରେଟ୍‌ କମ୍ପାନୀର ୨୫ ହଜାର ୯୨୦ ଏସ୍‌କଫ୍‌ (କୋଡାଇନ୍‌) ସିରପ୍‌ ସହ ୮ ଶହ ନାଇଟ୍ରୋସେନ୍‌ (୧୦ ଏମ.ଜି) ଟାବଲେଟ୍‌ ଜବତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭୁବନେଶ୍ୱର ଭରତପୁର ଅଞ୍ଚଳର ଅଂଶୁମାନ ଅଭିଜିତ୍‌ ସାହୁ ଓରଫ ରାଜା ଏବଂ ସର୍ଦ୍ଦୋଳା ଗ୍ରାମର ଗାଡ଼ି ଡ୍ରାଇଭର ସୁଧୀର ଭୋଇଙ୍କୁ ଗିରଫ କରିଛି । ଜବତ କଫ୍‌ ସିରପ୍‌ର ମୂଲ୍ୟ ୪୫ ଲକ୍ଷ ହେବ ବୋଲି ପୁଲିସ କହିଛି । ଏହି ର‍୍ୟାକେଟ୍‌ରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି ।

Leave A Reply

Your email address will not be published.

two × three =

error: Content is protected !!