om academy

ରାଜ୍ୟର କୃଷି ଓ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟ ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ନିୟୋଜିତ ଡକ୍ଟରେଟ, ଅଧ୍ୟାପକମାନଙ୍କ ସମସ୍ୟା ଦୟନୀୟ : ରାଜ୍ୟସରକାର ଖୁବଶୀଘ୍ର ପଦକ୍ଷେପ ନେବା ଜରୁରୀ

  • ଓୟୁଏଟି ଶିକ୍ଷକ ସଂଘ ଆନ୍ଦୋଳନକୁ ମାସେ ଟପିଲା ଏବେ ସୁଦ୍ଧା ୧୮ ଦଫାଦାବୀ ପୂରଣ ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ହେତୁ ସାଧାରଣରେ ଗଭୀର ଉଦବେଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର କୃଷି ଓ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟ ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ନିୟୋଜିତ ଡକ୍ଟରେଟ ଉପାଧିଧାରୀ ପଦବୀ, ଅଧ୍ୟାପକମାନଙ୍କ ସମସ୍ୟା ଦୟନୀୟ ହୋଇପଡିଛି । ଏହି ବିଭାଗର କର୍ତ୍ତୃପକ୍ଷଙ୍କର ଚରମ ଉଦାସୀନତା ଦେଖାଦେଇଛି । ଏହି ସମସ୍ୟା ନେଇ ସେମାନେ କଳା ବ୍ୟଜପରିଧାନ କରି ନିରବୀ ଆନ୍ଦୋଳନ କରିବାର ମାସେ ବ୍ୟାପୀ ଥିଲେ ସୁଦ୍ଧା ସରକାର କର୍ଣ୍ଣପାତ କରିନଥିବା ହେତୁ ଉକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ରାଜ୍ୟସରକାର ଖୁବଶୀଘ୍ର ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, କୃଷି ଗବେଷଣା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରର ୩୫ରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ ବୈଜ୍ଞାନିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସନ୍ଧ୍ୟା ସାଢ଼େ ୫ଘଣ୍ଟା ଠାରୁ ରାତ୍ରି ୮ଘଣ୍ଟା ପର୍ୟ୍ୟନ୍ତ ନିରବୀ ଧାରଣାରେ ବସୁଛନ୍ତି । ସେହିପରି ସାରା ରାଜ୍ୟରେ ୧୧ଟି ମହାବିଦ୍ୟାଳୟ, ୩୨ଟି କୃଷି ଗବେଷଣାକେନ୍ଦ୍ର, ୩୧ଟି କୃଷି ବିଜ୍ଞାନ କେନ୍ଦ୍ରରେ ନିୟୋଜିତ ୫୦୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ ବୈଜ୍ଞାନିକମାନଙ୍କର ସମସ୍ୟା ଚରମ ଉଦାସୀନତାର ସମ୍ମୁଖୀନ ହୋଇଥିବା କୁହାଯାଏ । ଏନେଇ ଗତ ନଭେମ୍ବର ୧ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିରବୀ ଭାବେ ପ୍ରତୀକ-ଗଣଧାରଣା ଚାଲିଛି । ଅଧ୍ୟାପକ ଓ ବୈଜ୍ଞାନିକମାନଙ୍କୁ ନିୟମିତ କରିବା, ଚାକିରିରେ ପଦୋନ୍ନତି କରିବା, ବିଶ୍ୱବିଦ୍ୟାଳୟରେ ଖାଲିପଡିଥିବା ପଦବୀଗୁଡିକୁ ପୂରଣ କରିବା, ଚୁକ୍ତିଭିତ୍ତିକ ବୈଜ୍ଞାନିକମାନଙ୍କୁ ନିୟମିତ କରିବା, ଅବସରକାଳୀନ ବୟସ ସୀମା ୬୦ବର୍ଷରୁ ୬୫ବର୍ଷ ବୟସ ପର୍ୟ୍ୟନ୍ତ ବୃଦ୍ଧି କରିବା ଆଦି ଦାବୀ ରହିଛି । ଏ ସମ୍ପର୍କରେ ଗତମାସ ୧୩ତାରିଖରେ ଭୁବନେଶ୍ୱର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମତପ୍ରକାଶ କରାଯାଇଥିଲା ଏବଂ ଗତ ୨୦ ତାରିଖରେ ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କ ସହିତ ବିଶଦ ଆଲୋଚନା ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏ ନେଇ ସଂଘ ପକ୍ଷରୁ ତୀବ୍ର କ୍ଷୋଭପ୍ରକାଶ ପାଇଛି । ଏଣେ ଏହି ନିରବୀ ଆନ୍ଦୋଳନ ମାସ ବ୍ୟାପିଥିଲେ ମଧ୍ୟ ଉଚ୍ଚକର୍ତ୍ତୃପକ୍ଷ ତଥା ରାଜ୍ୟସରକାର କର୍ଣ୍ଣପାତ କରିନାହାନ୍ତି । ଚଳିତ ଡିସେମ୍ବର ୧୦ ତାରିଖରେ ରାଜଧାନୀ ଭୁବନେଶ୍ବରର ଡ଼ଃ.ଏମ୍.ଏସ.ସ୍ୱାମୀନାଥନ ହଲ୍ ରେ ଏକ ବାର୍ଷିକ ସାଧାରଣ ସଭାରେ ଏ ସମ୍ପର୍କରେ ବିଶଦ ଆଲୋଚନା ଓ ଫଇସଲା ହେବ ବୋଲି ସଂଘର ମୁଖପାତ୍ର ଡ଼ଃ.ସନ୍ତୋଷ ଉଦ୍ଗାତା (ବ୍ରହ୍ମପୁର) କହିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ବ୍ୟପକ ହେବ ବୋଲି ସଂଘ ତରଫରୁ କୁହାଯାଇଛି । ଓୟୁଏଟି ଶିକ୍ଷକ ସଂଘର ସଭାପତି ଡ଼ଃ.ସଞ୍ଜୟ କୁମାର ମହାନ୍ତି, ସମ୍ପାଦକ ଡ଼ଃ.ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ବିପିନ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

11 + seven =