pakka

ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିବା ବେଳେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି । ପେଟକୁ ମୁଠାଏ ଦାନା ପାଇଁ ଡହଳ ବିକଳ ହେଉଛନ୍ତି ଗରିବ ନିରାଶ୍ରୟ ଲୋକମାନେ । ଏଥିରେ ପକ୍ଷୀମାନେ ବି ବାଦ୍‌ ପଡ଼ିନାହାନ୍ତି । ମହାମାରୀ କରୋନା ସାଂଗକୁ ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ଅନେକ ପଶୁପକ୍ଷୀ ଖାଦ୍ୟ ପାନୀୟ ବିନା ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି ସମାଜସେବୀ ପ୍ରତାପ ସାହୁ ଏକ ନିଆରା ପଦକ୍ଷେପ ନେଇଛନ୍ତି । ଶ୍ରୀ ସାହୁ ଏକ ବଡ଼ ପାତ୍ରରେ ପାଣି ଭର୍ତ୍ତି କରି ତାକୁ ବଡ଼ ବଡ଼ ଗଛ ଉପରେ ରଖି ପକ୍ଷୀମାନଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ପକ୍ଷୀମାନେ ପାଣି ପିଇବା ସହିତ ନିଜ ଜୀବନ ବଂଚାଇ ପାରିବେ । ପ୍ରତାପଙ୍କ ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

3 × one =