pakka

ଦିନକରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୨୧୬, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୫୪୮, ଶୀର୍ଷରେ ଖୋର୍ଦ୍ଧା, ବଲାଙ୍ଗିରରୁ ୩୦୫

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୩୫୪୮ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୮୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୩୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୯୪, ବାଲେଶ୍ୱରରୁ ୩୦୨, ବରଗଡ଼ରୁ ୩୭୫, ଭଦ୍ରକରୁ ୬୩, ବଲାଙ୍ଗିରରୁ ୩୦୫, ବୌଦ୍ଧରୁ ୯୮, କଟକରୁ ୪୪୭, ଦେବଗଡ଼ରୁ ୯୮, ଢେ଼ଙ୍କାନାଳରୁ ୪୭, ଗଜପତିରୁ ୧୨୧, ଗଂଜାମରୁ ୬୯, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୩୪୭, ଝାରସୁଗୁଡ଼ାରୁ ୩୧୬, କଳାହାଣ୍ଡିରୁ ୨୩୮, କନ୍ଧମାଳରୁ ୭୭, କେନ୍ଦ୍ରାପଡ଼ାରୁ ୮୭, କେଉଁଝରରୁ ୧୨୯, ଖୋର୍ଦ୍ଧାରୁ ୧୨୭୧, କୋରାପୁଟରୁ ୧୩୩, ମାଲକାନଗିରିରୁ ୩୨, ମୟୁରଭଂଜରୁ ୧୯୦, ନବରଂଗପୁରରୁ ୩୧୯, ନୟାଗଡ଼ରୁ ୨୫୦, ନୂଆପଡ଼ାରୁ ୨୬୧, ପୁରୀରୁ ୪୦୨, ରାୟଗଡ଼ାରୁ ୨୩୨, ସମ୍ବଲପୁରରୁ ୩୮୫, ସୋନପୁରରୁ ୨୪୮, ସୁନ୍ଦରଗଡ଼ରୁ ୬୩୬ ଓ ଷ୍ଟେଟ ପୁଲ୍‌ରୁ ୨୩୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

four × one =