csstore

ଅବସରପ୍ରାପ୍ତ ପ୍ରଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ସୋମବାର ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣେନ୍ଦୁ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ଅତୀତର ଅନେକ ତିକ୍ତ ମଧୁର ଅନୁଭୂତିକୁ ନେଇ ଅଧ୍ୟାପକ ରମେଶ ଚନ୍ଦ୍ର ତାରେଣିଆ, ଡ଼ ପ୍ରମୋଦ ମହାପାତ୍ର, ଅଧ୍ୟାପିକା ସୁଶ୍ରୀ ସୁଷମା ରାଣୀ ବହିଦାର, ମୁଖ୍ୟ କିରାଣୀ ନୀହାର ରଞ୍ଜନ ମିଶ୍ର ଆଦି ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ ଅନ୍ୟ ସମସ୍ତ କର୍ମଚାରୀ ଗଣ ପ୍ରାଧ୍ୟାପକ ଶ୍ରୀ ଦାସଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଜଣାଇଥିଲେ । ପରିଶେଷରେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସ ଭାବ ବିହ୍ଵଳିତ ହେଇ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ଶେଷରେରେ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.