ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ ଚଂଚଳ ରାଣା ଏବଂ ଏସ୍‌ପି ନୀତିନ କୁଶଲକର ଦାଗ୍‌ଡ଼ୁ ଲକ୍‌ ଡ଼ାଉନ୍‌-୨ ମାର୍ଗଦର୍ଶିକା ଉପରେ ଆଲୋଚନା କରିଥିଲେ । ତେବେ ଏହି ଲକ୍‌ଡାଉନ୍‌କୁ କୋଭିଡ ସଂକ୍ରମଣ ରୋକିବା ପାଇଁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ରାଣା ଜିଲ୍ଲାବାସୀ ତଥା ସାମ୍ବାଦିକମାନଙ୍କୁ ଆହ୍ୱାନ କରିଥିଲେ । ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସଂପର୍କରେ ସୂଚନା ଦେବା ସହ ଜିଲ୍ଲାରେ ଅକ୍‌ସିଜେନ୍‌ ଯଥେଷ୍ଟ ପରିମାଣରେ ମହଜୁଦ୍‌ ଥିବା ସୂଚନା ମଧ୍ୟ ପ୍ରଦାନ କରିଥିଲେ । ଲୋକେ ଅଯଥା ଭୟଭୀତ ନ ହେବା ପାଇଁ କହିବା ସହ କୋଭିଡ଼ ପରୀକ୍ଷଣ ତଥା ଟୀକାକରଣ କାର୍ଯ୍ୟକ୍ରମ ଠିକ୍‌ ମାର୍ଗରେ ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ମୁହଁରେ ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ତଥା କୋଭିଡ ଗାଇଡ୍‌ ଲାଇନ୍‌ ମାନି ଚଳିବା ଉପରେ ଜିଲ୍ଲାପାଳ ଶ୍ରୀ ରାଣା ବିଶେଷ ଗୁରୁତ୍ୱ ଦେଇଥିଲେ ।

Leave A Reply

Your email address will not be published.

12 − 9 =

error: Content is protected !!