pakka

ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପିର ଦେଶବ୍ୟାପୀ ଧାରଣା ଆସନ୍ତା ୫ରେ, ଟିଏମସି ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ନିର୍ବାଚନରେ ​​ଟିଏମସିର ବମ୍ପର ବିଜୟ ସହିତ ରାଜ୍ୟର ଅନେକ ସ୍ଥାନରେ ରାଜନୈତିକ ହିଂସା ଖବର ଆସିଛି । ସେପଟେ ଟିଏମସି କର୍ମୀ ଏବଂ ସମର୍ଥକଙ୍କ ବିରୋଧରେ ବିଜେପି ଗୁରୁତର ଅଭିଯୋଗ ଆଣିଛି । ଓଡିଶାପରା, କୋଚ ବେହେରା, ସାମସପୁର, ପୁର୍ବ ବର୍ଦ୍ଧମାନ ସମେତ ଅନେକ ସ୍ଥାନରେ ହିଂସା ଘଟିଥିବା ବେଳେ ଅରାମବାଗରେ ଥିବା ବିଜେପି କାର୍ୟ୍ୟାଳୟରେ ନିଆଁ ଲାଗିଯାଇଥିଲା, ଯାହାର ଭିଡିଓ ଭାଇରାଲ ହେଉଛି । ଏହି ଆକ୍ରମଣ ପାଇଁ ବିଜେପି ଟିଏମସି କର୍ମୀଙ୍କୁ ଦାୟୀ କରିଛି ।

ଏଭଳି ହିଂସା ବିରୋଧରେ ଆଗାମୀ ୫ ରେ ବିଜେପି ଦେଶବ୍ୟାପୀ ଧାରଣା ଘୋଷଣା କରିଛି । ବିଭିନ୍ନ ଜିଲ୍ଲାରେ ପିକେଟିଂ କରିବା ସହିତ ହିଂସା ବିରୋଧରେ ବିଜେପି କର୍ମୀମାନେ ବିରୋଧ କରିବେ । ସମସ୍ତ ବିଭାଗରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ଏହି ବିରୋଧ କରାଯିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେ.ପି.ନଡ଼ା ।

Leave A Reply

Your email address will not be published.

fifteen + 16 =