jayashree

ବାରିପଦାରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୩.୬୨ କୋଟି ଟଙ୍କାର ମାମଲା ସମାଧାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଇନ ସେବା ପ୍ରାଧୀକରଣ, ମୟୂରଭଞ୍ଜ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଓ ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ମୋଟ ୧୧୪୦୮ଟି ମାମଲା ମଧ୍ୟରୁ ୪୫୧୮ଟି ମାମଲାର ଅପୋଷ ବିଚାର ହୋଇ ମୋଟ ୩,୬୨,୮୯,୫୪୦ ଟଙ୍କା ଅଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସୁଦୀପ୍ତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାକ ମକଦ୍ଦମା ସମ୍ପର୍କିତ ୫୩୫୭ ଗୋଟି ମାମଲା ମଧ୍ୟରୁ ୫୭୩ଟି ମାମଲା ଅପୋଷ ବିଚାର ହୋଇ ୯୩ ଲକ୍ଷ ୯୩ ହଜାର ୮୩୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡ଼ିଛି । ସେହିପରି ବକେୟାଥିବା ବିଭିନ୍ନ ଶ୍ରେଣୀଭୁକ୍ତ ୬୦୫୧ ଗୋଟି ମାମଲା ମଧ୍ୟରୁ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ୧୭୭ଟି ମଧ୍ୟରୁ ୩୦ଟି, ଏନ୍‌ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୪୯ଟି ମାମଲା ମଧ୍ୟରୁ ୬୨ଟି, ବ୍ୟାଙ୍କ ଋଣ ଅଦାୟ ସମ୍ବନ୍ଧିତ ୨୫ଟି ରୁ ୦୨ଟି, ମୋଟର ଯାନ ଦୁର୍ଘଟଣା ମାମଲା ୨୬୨ଟି ରୁ ୧୭ଟି, ବୈବାହିକ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ୧୩୧ଟି ମାମଲା ମଧ୍ୟରୁ ୧୧୬ଟି, ରାଜସ୍ୱ ମାମଲା ୪୭୬୧ଟି ମଧ୍ୟରୁ ୩୪୮୮ଟି, ଅନ୍ୟାନ୍ୟ ଦେୱାନୀ ମାମଲା ୧୬୩ଟି ମଧ୍ୟରୁ ୯୪ଟି ଓ ଅନ୍ୟାନ୍ୟ ମାମଲା ୩୭୫ଟି ମଧ୍ୟରୁ ୧୩୬ଟି ମିଶାଇ ମୋଟ ୩୯୪୫ଟି ମାମଲାର ଫଇସଲା କରାଯାଇ ମୋଟ ୨ କୋଟି ୬୮ ଲକ୍ଷ ୯୫ ହଜାର ୭୦୩ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁମନ କୁମାର ମିଶ୍ର, ପରିବାର ଅଦାଲତ ଜଜ୍ ପ୍ରଜ୍ଞାପରମିତା ରାଉତ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବାଶିଷ ମହାନ୍ତି, ସିଭିଲ କୋର୍ଟର ରେଜିଷ୍ଟ୍ରାର ଶୃତିସ୍ନିଗ୍ଧା ଦାସ, ସିନିୟର ସିଭିଲ ଜଜ ସତରୂପା ଶତପଥୀ, ଅତିରିକ୍ତ ସିନିୟର ସିଭିଲ ଜଜ ସୂର୍ଯ୍ୟ ଦାସ, ଦ୍ୱିତୀୟ ଅତିରିକ୍ତ ସିନିୟର ସିଭିଲ ଜଜ୍ ଡ. ନିଶାକର ସାହୁ, ଏସଡିଜେଏମ୍ ଜୁଏଲ ପଟ୍ଟନାୟକ, ଜେଏମଏଫସି-୧ (Cog. Taking) ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜେଏମ୍‌ଏଫ୍‌ସି ମଧୁଶ୍ରବା ମହାନ୍ତି ଓ ନିଳିଶା ପଟ୍ଟନାୟକ, ଜେଏମ୍‌ଏଫ୍‌ସି (ଏଲଆର ଓ ଏଲଟିଭି) ଶୁଭ୍ରାଂଶୁ ଠାକୁର, ସିଭିଲ ଜଜ୍ କନିଷ୍ଠ ଶାଖା ତଥା ଜେଏଏସ୍‌ସି ସ୍ଵସ୍ତିକ ଦାସ ଓ ଅର୍ପିତା ସାହୁ ଓ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଯୋଗ ଦେଇଥିଲେ । ମାମଲା ସମାଧାନ ନିମନ୍ତେ ଗଠନ ହୋଇଥିବା ବିଭିନ୍ନ ବେଞ୍ଚରେ ନିଯୁକ୍ତ ସଦସ୍ୟ ତଥା ସରକାରୀ ଓକିଲ ଉମାକାନ୍ତ ରାଉତ, ଆଇନଜୀବୀ ତାପସ କୁମାର ଦତ୍ତ, ସତ୍ୟ ନାରାୟଣ ବେହେରା, ଧିରେନ୍ଦ୍ର କୁମାର ମହାପାତ୍ର, କମଲ କୁମାର କୁଆଁରବାବୁ ଏବଂ ବାରିପଦା ଓକିଲ ସଂଘର ଅନ୍ୟ ଆଇନଜୀବୀ ତଥା ରାଜସ୍ୱ ବିଭାଗ, ବିଦ୍ୟୁତ ବିଭାଗ ଓ ପୌରସଂସ୍ଥା, ବ୍ୟାଙ୍କ୍, ଟେଲିଫୋନ୍ ବିଭାଗ, ବୀମା କମ୍ପାନୀ ଓ ପ୍ରାଧିକରଣର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.