pakka

ସଇଁନ୍ତଲାରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା : ବିଜେଡିର ପ୍ରତିଷ୍ଠା ଦିବସରେ କଂଗ୍ରେସର ପ୍ରତିବାଦ ସଭା

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ମମିତା ହତ୍ୟା ଘଟଣାକୁ ନେଇ ହୁ ହୁ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଜଳୁଥିବା ବେଳେ ଶକ୍ତି ମନ୍ତ୍ରୀଙ୍କ ବହିଷ୍କାର ଦାବୀ ମଧ୍ୟ ଉଠୁଛି । ଅନ୍ୟପଟେ ଆଗାମୀ ଦିନରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଛେଦ ନେଇ ପ୍ରତିବାଦ ପୂର୍ବକ ଆଜି ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ତେବେ ଆଜି ଶାସକ ବିଜେଡି ଦଳ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ପ୍ରଥମେ ସ୍ଥାନୀୟ ଡାକ ବଙ୍ଗଳା ଠାରେ ପ୍ରତିଷ୍ଠା ଦିବସ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ସଇଁନ୍ତଳା କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ସ୍ଥାନୀୟ ଜାମପଦର ଠାରେ ବିଜେଡିର ପ୍ରତିଷ୍ଠା ଦିବ ପାଳନ ହେବ ବୋଲି ସ୍ଥିର କରାଯାଇ ବ୍ୟାପକ ପୁଲିସ ମୁତୟନ କରିବା ସହ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସୁରକ୍ଷା ଦିଗରେ ପୁଲିସ ପ୍ରଶାସନ ଉପସ୍ଥିତ ହେବା ପରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ତେବେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର, ସରକାରୀ, ବେସରକାରୀ ସଂସ୍ଥା, ଗାଡି ଚଳାଚଳ ସ୍ୱାଭାବିକ ବନ୍ଦ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

twelve + seventeen =