pakka

ଝାରମୁଣ୍ଡାରେ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ ଉଦ୍‌ଯାପିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥଲେଟିକ ଆସୋସିଏସନ, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ମିନି ଷ୍ଟାଡିୟମ ଠାରେ ଚାଲିଥିବା ତ୍ରୀଦିବସିୟ ବ୍ଲକସ୍ତରୀୟ ସ୍ପୋର୍ଟସ ମିଟ-୨୦୨୧ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଭଳିବଲ ଟୁର୍ଣ୍ଣାମେଣ୍ଟରେ କୁଟୁରାପାଲି ଉପ ବିଜେତା ଏବଂ ଆମ୍ବପାଲି ଦଳ ବିଜେତା ଘୋଷିତ ହୋଇଥିଲେ । ସେହିପରି ଫୁଟବଲ ଫାଇନାଲରେ ସରଗାଡ଼ ଦଳ ଉପ ବିଜେତା ହୋଇଥିବା ବେଳେ ଯୋଗୀସର୍ଡ। ଏକାଦଶ ବିଜେତା ହୋଇଥିଲା । ଶହେ ମିଟର ଦୌଡ଼ରେ ସୁଶୀଳ ବଗର୍ତି, ସନାତନ ମଲ୍ଲିକ ଓ ରିତିକ କୁମାର ପଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ । ଦୁଇଶହ ମିଟର ଦୌଡ଼ରେ ମକୁନ୍ଦ ଦାସ, ଚମ୍ପକ ମହାକୁର ଓ ଚିନ୍ମୟ ଥନାପତି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ । ସେହିପରି ଚାରିଶହ ମିଟର ଦୌଡ଼ରେ ପ୍ରଜ୍ଞାନନ୍ଦ ବିଶି ପ୍ରଥମ, ସିଦ୍ଧାର୍ଥ ରାଉତ ଦ୍ଵିତୀୟ ଓ କାହ୍ନା ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ନିମନ୍ତ୍ରିତ ଅତିଥି ଭାବେ ବଲାଙ୍ଗିର ଜିଲା ପେଷାଦାର ସାମ୍ବାଦିକ ସଙ୍ଘର ସଭାପତି ତଥା ସାପ୍ତାହିକ ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ କୁମାର ନାଏକ, ଝାରମୁଣ୍ଡ। ସରପଞ୍ଚ ସୁନୀଲ ଅଗ୍ରୱାଲ, ରୋତ କଲେଜ ଅଧ୍ୟାପକ ଡ଼ ସୁବିଜ୍ଞ ଗଡତ୍ୟା ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଖେଳ ପରିଚାଲନାରେ ଦେବରାଜ ନାହାକ, ସୁଧାଂଶୁ ମହାକୁର, ଗୁଣମଣି ସେଠ ଓ ସୁଧାଂଶୁ ଥନାପତି ଦାୟିତ୍ୱ ତୁଲାଇଥିବା ବେଳେ ସଭାପତି ଶ୍ୟାମସୁନ୍ଦର ମେହେର, ସମ୍ପାଦକ ସଚ୍ଚିଦାନନ୍ଦ ସାହୁ, ମନୋଜ ଧରୁଆ, କାଳିଚରଣ ବଗର୍ତ୍ତି, ବିନୋଦ ଧରୁଆ, କାର୍ତ୍ତିକ କର୍ତ୍ତି, ଆନନ୍ଦ ଧରୁଆ, ଗୌର କୁମ୍ଭାର ପ୍ରମୁଖ ପରିଚାଲନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

14 − 1 =