jayashree

ବଲାଙ୍ଗିରରେ ପୁଣି ଚୋରି, ଲୋକଙ୍କ ମଧ୍ୟରେ ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଚୋରଙ୍କ ଆତଙ୍କ। ଚୋରି, ଲୁଟ୍ ଓ ଛିନତାଇ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ଚିମନିଭାଟିପଡ଼ାର ନୀଳାମ୍ବର ଶତପଥୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ସେ ରାତି ପ୍ରାୟ ୩ଟାରେ ନିଜ ପୈତୃକ ଗାଁରୁ ଘରକୁ ଫେରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଚୋରମାନେ ଘରୁ ପ୍ରାୟ ୩ ଭରି ସୁନା ଓ ରୂପା ଅଳଙ୍କାର ସହ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘଟଣାକୁ ନେଇ ଲକ୍ଷ୍ମୀଜୋର ପୋଲିସ ତଦନ୍ତ ଆରମ୍ଭ କରିଛି। ସହରରେ କ୍ରମାଗତ ଚୋରି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.