ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅକ୍‌ସିଜେନ୍‌ କଂସେଣ୍ଟ୍ରାଟର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅକ୍‌ସିଜେନ୍‌ ଅଭାବରୁ ପ୍ରତ୍ୟହ ମହାମାରୀ ସଂକ୍ରମିତ ଜୀବନ ହରାଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ହେଉନାହିିଁ । ଏଭଳି ସ୍ଥିତିରେ ଟାଟା ଗ୍ରୁପ ଅଫ କଂପାନିସ୍‌ ତରଫରୁ ବଲାଙ୍ଗିର ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ମାଧ୍ୟମରେ ପ୍ରଥମ ପର୍ୟ୍ୟାୟରେ ୭ଟି ଅକ୍ସିଜେନ କଂସେଣ୍ଟ୍ରାଟର ପ୍ରଦାନ କରାଯାଇଛି । ଏହି ଅବସରରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡ଼ଃ ମହେନ୍ଦ୍ର ନାଏକ, ଡ଼ଃ ଗିରିଜା ଉଦ୍‌ଗାତା, ଡ଼ଃ ଅର୍ଚ୍ଚନା ପଟ୍ଟନାୟକ, ହସ୍ପିଟାଲ ମେନେଜର ସୁଦୀପ ଦତ୍ତ, ପ୍ରତ୍ୟୁଷ ପଟ୍ଟନାୟକ, ହେରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ତା’ସହ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, ମୋହିତ ତ୍ରିପାଠୀ, ବାପିନା ମହାରଣା,ବୀରେନ୍ଦ୍ର ସାହୁ, କନ୍ଦର୍ପ ରଣା, ପିଙ୍କୁ ବରାଳ, ଶୁଭ୍ରାନ୍ତ ନନ୍ଦ, ଘନ ପଶୟତ ଉପସ୍ଥିତ ରହିଥିଲେ । ସେହିପରି ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନକୁ ମଧ୍ୟ ୫ଟି ଅକ୍ସିଜେନ କଂସେଣ୍ଟ୍ରାଟର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ସମୟରେ ଜିଲ୍ଲାର ସିଏସ୍‌ସି ମାନଙ୍କୁ ଏହି ମେସିନ୍‌ ଯୋଗାଇ ଦିଆଯିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.

twenty − 9 =