pakka

ଆକସ୍ମିକ ଝଡ ତୋଫାନ ବିଗାଡି ଦେଲା ବଲାଙ୍ଗିର ପୁସ୍ତକ ମେଳା ପ୍ରସ୍ତୁତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରୁ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁସ୍ତକ ମେଳା ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବଡ ଜୋରସୋରରେ ଚାଲିଥିଲା ଷ୍ଟଲ ନିର୍ମାଣ କାମ । ଅଥଚ ଆଜି ଅପରାହ୍ଣରେ ଆକସ୍ମିକ ଝଡ ତୋଫାନ ଯୋଗୁଁ ସବୁକିଛି ଛିନ୍‌ଛତର୍‌ ହୋଇଯାଇଛି । ଷ୍ଟଲଗୁଡିକ ପାଇଁ ପୋତା ଯାଇଥିବା ବାଉଁଶଗୁଡିକୁ ଓପାଡି ଦେଇଛି ପ୍ରଚଣ୍ଡ ପବନ । ତେବେ ପୁସ୍ତକ ମେଳା ଆରମ୍ଭ ହେବାକୁ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.

eleven − three =