pakka

ସରପଞ୍ଚ ଅଯୋଗ୍ୟ ଘୋଷିତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ଜଣାପଡିଛି । । ସୂଚନା ଅନୁସାରେ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ସୁନାରିସିକୁଆ ଗ୍ରାମ ମପଞ୍ଚାୟତରେ ପାଞ୍ଚ ଜଣ ପ୍ରାର୍ଥୀ ଚୁଳମଣି ବୈଠାରୁ, ପରମେଶ୍ୱର ବାରିକ, ଜଗମୋହନ ବୈଠାରୁ, ନୀଳଗିରି ଦାସ ଓ ଭୋଲେଶ୍ୱରୀ ଦାସ ସରପଞ୍ଚ ପଦବା ପାଇଁ ନିର୍ବାଚନ ଲଢ଼ିଥିଲେ । ଶେଷରେ ଭୋଲେଶ୍ୱରୀ ଦାସ ବିଜୟୀ ହୋଇଥିଲେ । ପରେ ତାଙ୍କ ନିକଟତମ ପ୍ରାର୍ଥୀ ଜଗମୋହନ ବୈଠାରୁ ବିଜୟୀ ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କ ସରପଞ୍ଚ ପ୍ରାର୍ଥୀ ହେବାର ବୟସ ହୋଇନଥିବା ନେଇ ଜିଲ୍ଲା ପଂଚାୟତିରାଜ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପଂଚାୟତିରାଜ ଅଧିକାରୀ ଏହାର ବିଚାର କରିବା ପାଇଁ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟକୁ ପତ୍ର ପଠାଇଥିଲେ । ଅଭିଯୋଗକାରୀ ଜଗମୋହନ ବୈଠାରୁଙ୍କ ପକ୍ଷରୁ ଆଇନଜୀବୀ ଏସ୍‌ଏସ୍‌ ପଣ୍ଡା ଡ଼ି.ପି ସୁନାରି ଏ ଦେବାଗନ ଉକ୍ତ କେସକୁ ପରିଚାଳନା କରୁଥିବା ବେଳେ ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କ ପକ୍ଷରୁ ଆଇନଜୀବୀ ବି. ପାଣିଗ୍ରାହୀ, ପି. ସି ମେହେର, ଏସ୍‌.ସି ମହାନନ୍ଦ, ଯେ.ପି ପଣ୍ଡା କେସ ପରିଚାଳନା କରିଥିଲେ । ସୂଚନା ଅନୁସାରେ ଆଦର୍ଶ ବିଦ୍ୟାଳୟବାଦୀର ଆଡ଼ମିଶନ ରେଜିଷ୍ଟେର ଓ ମାଟ୍ରିକ ସାର୍ଟିଫିକେଟ ଉଭୟରେ ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କ ଜନ୍ମ ତାରିଖ ଏବଂ ସମସ୍ତ ସାକ୍ଷୀ ଏବଂ କାଗଜାତ ପ୍ରମାଣକୁ ଭିତ୍ତି କରି ଜିଲ୍ଲାପାଳ ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିର୍ବାଚନ ସମୟରେ ପ୍ରାର୍ଥୀ ହେବା ବୟସ ୨୧ ବର୍ଷ ହୋଇଥିବା ବେଳେ ଭୋଲେଶ୍ୱରୀ ଦାସଙ୍କୁ ଆସନ୍ତା ୨୦୨୪ରେ ୨୧ ବର୍ଷ ହେବ ବୋଲି ଜଣାପଡିଛି । ଓଡିଶା ଗ୍ରାମ ପଂଚାୟତ ଆଇନ ଅନୁଯାଇ ୧୯୬୪ ଧାରା ୧୧,୨୫, ଏବଂ ୨୬ ମୁତାବକ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ପଂଚାୟତର ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳ ଖଡ଼ିଆଳ ବିଡ଼ିଓଙ୍କୁ ପତ୍ରରେ ନିଦ୍ଦେଶ ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

15 − eleven =