pakka

ଲୋକଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ

  • ନୂତନ ଚଙ୍ଗରିଆ ପଞ୍ଚାୟତ ଗଠନ ହେବାର ୫ ବର୍ଷ ପରେ ପଞ୍ଚାୟତରେ ମିଳିଲା ଚାଉଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘମୁଣ୍ଡ ପଞ୍ଚାୟତଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍ ସାମଗ୍ରୀ ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ, ଗହମ ଆଦି ରାସନ୍ ସାମଗ୍ରୀ ପାଇଁ ବାଘୁମୁଣ୍ଡ ପଞ୍ଚାୟତକୁ ନେଇଯିବାକୁ ପଡୁଥିଲା । ସରକାର ପଞ୍ଚାୟତ ଦୂରତାକୁ ଦୃଷ୍ଟି ରଖି ନୂତନ ପଞ୍ଚାୟତ ଗଠନ କରିଛନ୍ତି । ହେଲେ ୨୦୧୭ ମସିହାରେ ନୂତନ ପଞ୍ଚାୟତ ଚଙ୍ଗରିଆ ଗଠନ ହୋଇ ୫ ବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଚାୟତର ସାଧାରଣ ଲୋକେ ସେହି ପୁରୁଣା ବାଘମୁଣ୍ଡ ପଞ୍ଚାୟତ ଉପରେ ନିର୍ଭର କରି ପ୍ରାୟ ୧୦ କିମି ଦୂର ରାସ୍ତା ଯାଇ ଚାଉଳ ଗହମ ଆଦି ରାସନ୍ ସାମଗ୍ରୀ ଆଣୁଥିଲେ । ଯାହାଫଳରେ ବହୁ ହିତାଧିକାରୀ ଏବଂ ବିଶେଷ କରି ବୃଦ୍ଧବୃଦ୍ଧା ମାନେ ବହୁ ହଇରାଣ ହରକତ ହେଉଥିଲେ । ଚଳିତ ବର୍ଷ ୨୦୨୨ ତ୍ରିସ୍ତରୀୟ ନିର୍ବାଚନ ସମୟରେ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ସମାଜସେବୀ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶିଲ କୁମାର ଗୁରୁ ମୁଁ ବିଜୟ ଲାଭ କଲେ ଆମ ନୂତନ ଚଙ୍ଗରିଆ ପଞ୍ଚାୟତରେ ଚାଉଳ ଗହମ ମିଳିବା ବ୍ୟବସ୍ଥା କରିବି ବୋଲି ପ୍ରତିଶୃତି ଦେଇଥିଲେ । ଶ୍ରୀ ଗୁରୁ ସରପଞ୍ଚ ଭାବେ ଦାୟିତ୍ୱ ନେବା ପରେ ପଞ୍ଚାୟତରେ ଚାଉଲ ମିଳିବ ବୋଲି ଦେଇ ଥିବା ପ୍ରତିଶୃତି ଆଜି ସଫଳ କରିଛନ୍ତି । ସମାଜସେବୀ ସରପଞ୍ଚ ସୁଶୀଳ କୁମାର ଗୁରୁ ଚଙ୍ଗରିଆ ଗ୍ରାମ ପଞ୍ଚାୟତରେ ଚାଉଳ ଗହମ ବଣ୍ଟନ କରିଥିଲେ । ହିତାଧିକାରୀ ମାନେ ନିଜ ନୂତନ ପଞ୍ଚାୟତ ଚଙ୍ଗରିଆ କାର୍ଯ୍ୟାଳୟରେ ଚାଉଳ ଗହମ ପାଇଥିବାରୁ ବହୁତ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁଙ୍କୁ ହିତାଧିକାରୀମାନେ ଧନ୍ୟବାଦ ଜଣାଇଛନ୍ତି । ଜନସାଧାରଣ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ସରପଞ୍ଚ ଶ୍ରୀ ଗୁରୁଙ୍କ ଏପରି ଉଦ୍ୟମ ଓ ପ୍ରାୟସକୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ପଞ୍ଚାୟତର ଉନ୍ନତି ଦିଗରେ ସରପଞ୍ଚ ଶ୍ରୀ ଗୁରୁଙ୍କ ପ୍ରାୟସ ଜାରି ରହିବ ବୋଲି ପଞ୍ଚାୟତର ଜନସାଧାରଣ ଆଶା ବାନ୍ଧିଛନ୍ତି । ପଞ୍ଚାୟତରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ରାସ୍ତାଘାଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ୟାର ସମାଧାନ କରିବେ ବୋଲି ସରପଞ୍ଚ ଶ୍ରୀ ଗୁରୁ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

eleven − 5 =