pakka

ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ତା ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁନ୍ଦରମଣି ସାହୁଙ୍କୁ ଆଜି ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଯୋଶୀଙ୍କ ସଭାପତିତ୍ବରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ସହଦେବ ମାଝୀ ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ । ସଂସ୍କୃତ ଶିକ୍ଷକ ଶ୍ରୀ ସାହୁଙ୍କ ଏହି ବିଦ୍ୟାଳୟ ଶିକ୍ଷକତା ଦୀର୍ଘ ବର୍ଷ ଚାକିରି ପରେ ଆଜି ଅବସର ନେଉଛନ୍ତି । ଆଜି ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ସମୟରେ ଛାତ୍ର ଛାତ୍ରୀ କାନ୍ଦି ପକାଇ ଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ଭାବ ବିଭୋଲ ହୋଇଯାଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ର ବତ୍ସଲ ଶିକ୍ଷକ ଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ସମ୍ମାନିତ ଅତିଥି ଭାବରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ମହାନ୍ତି, ବିଦ୍ୟାଳୟ ନିର୍ମାତା ସଦସ୍ୟ ଚୁଡାମଣି ସାହୁ ଓ ରାଜିବି ମହମ୍ମଦ ପ୍ରମୁଖ ଯୋଗଦେଇ ବିଦାୟୀ ସଂସ୍କୃତ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶିକ୍ଷକ ସୁଶୀଲ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଦାୟକାଳୀନ ସଭାକୁ ପୁରାତନ ଛାତ୍ର ରାଜେନ୍ଦ୍ର ପ୍ରଧାନ, ବିଶ୍ବନାଥ ବାଗ, ସହଦେବ ଦାଉ ପରିଚାଳନା କରିଥିଲେ । ପୁରାତନ ଛାତ୍ର ଓ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ପରିକ୍ରମା କରି ତାଙ୍କ ନିଜ ବାସଭବନ ଘେଁସକୁ ନେଇଛାଡି ଥିଲେ । ଏହି କାର୍ଯ୍ୟକ୍ରମରେ ଲୋକ କବି ହଳଧର ନାଗଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ସାହୁଙ୍କ ନିଜ ବାସଭବନ ଘେଁସ ନେଇ ଛାଡିଥିବା ପୁରାତନ ଛାତ୍ର ବେଣୁଧର ସାହୁ, ରୁକ୍ମଣ ଧରୁଆ, ଦୁର୍ଯ୍ୟୋଧନ ପୁଟା, ହରିହର ସାହୁ, ଗୋବିନ୍ଦ ମାଝୀ, ବଳଦେବ କରେଇ, ପ୍ରଶାନ୍ତ କୁମାର ପଟ୍ଟନାୟକ, ସୁଦାମ ହେର୍ଣ୍ଣା, ସୁଶାନ୍ତ ହେର୍ଣ୍ଣା, ଉମାକାନ୍ତ ବାଗ, କୁରବାନ ଖାଁନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve − six =