pakka

ସର୍ଟ ସର୍କିଟରୁ ଘର ପୋଡିଥିବା ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

l2

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିନ ଦ୍ୱିପ୍ରହରରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତର ଛିନ୍ଦ୍ରାପାଲି ଗ୍ରାମରେ ହରେ ସାହୁଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ଏବଂ ବସ୍ତ୍ର, ଚାଉଳ, ଖାଇବା ଜିନିଷ, ସବୁ ପୋଡି ପାଉଁଶ ହୋଇଯାଇଥିଲା । ଗାଇସିଲେଟ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସମୟରେ ସବୁ ପାଉଁଶ ହୋଇ ସାରିଥିଲା । ଯାହାକୁ ଦେଖିବାକୁ ବହୁତ ଭିଡ ଲାଗିଥିଲା । ପରେ ସରପଞ୍ଚ ଖବରପାଇ ପହିଲମାନ ସିଂ ବରିହା ସାତ ଦିନର ସମସ୍ତ ରାସନ ସାମଗ୍ରୀ ଚାଉଳ, ଡାଲି, ଆଳୁ, ପିଆଜ, ବସ୍ତ୍ର ଓ କିଛି ଆର୍ଥିକ ସହାୟତା ଦେବା ସହିତ ଖୁବ ଶୀଘ୍ର ସରକାରଙ୍କର ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ସେଥିପାଇଁ ସମସ୍ତେ ସରପଞ୍ଚଙ୍କୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି ।

pp
Leave A Reply

Your email address will not be published.

10 + 8 =