pakka

ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାଙ୍କ ପିତୃବିୟୋଗ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ସାମ୍ବାଦିକ ତଥା ଯୁବୋଦ୍ୟୋଗୀ ପ୍ରଶାନ୍ତ ସାମନ୍ତରାଙ୍କ ପିତା ବିଜୟ ସାମନ୍ତରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିବା ବେଳେ ଗତ କିଛି ମାସ ଧରି ସେ ବୟସ ଜନିତ ବାର୍ଦ୍ଧକ୍ୟରେ ପୀଡ଼ିତ ଥିଲେ । ତେବେ ଆଜି ଦିନ ଦୁଇଘଂଟା ପଇଁନ୍ତିରିଶ ମିନିଟ ସମୟରେ ନିଜ ବାସଭବନରେ ପରଲୋକ ପରେ ତାଙ୍କରି ଶେଷ ଦର୍ଶନ ପାଇଁ ଅନେକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମ.ରାମପୁର ଉତେଇ ନଦୀ କୂଳ ଶ୍ମଶାନରେ ତାଙ୍କ ସତ୍କାର କରାଯାଇଥିଲା । ଶେଷଦର୍ଶନ ସମୟରେ ଯୁବଦ୍ୟୋଗୀ ବିଭୂ ପ୍ରସାଦ ସାହୁ, କଂଗ୍ରେସ ନେତା ବିଭୂତି ଭୂଷଣ ମହାଖୁଡ଼, ରଶ୍ମି ରଂଜନ ପ୍ରହରାଜ, ସାମ୍ବାଦିକ ଶୁଭେନ ପଟ୍ଟନାୟକ, ହେମନ୍ତ ସାହୁ ପ୍ରମୁଖଙ୍କ ସମେତ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

1 × one =