om academy

ଧର୍ମ ପରାୟଣା ମହିଳାଙ୍କ ପରଲୋକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀପଡ଼ା ନିବାସୀ ଅଚ୍ୟୁତାନନ୍ଦ ଗୁରୁଙ୍କ ଧର୍ମପତ୍ନୀ ନନ୍ଦିନୀ ଦେବୀ ଗୁରୁଙ୍କ ତା.୧୦.୦୨.୨୦୨୩ ସକାଳେ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁଅ ଏସଡ଼ିପିଓ ବୌଦ୍ଧ ଆନନ୍ଦ ଗୁରୁ, ବୋହୂ ମଞ୍ଜୁ ଗୁରୁ, ୨ ଝିଅ ଆରତୀ ମିଶ୍ର ଓ ସୁନୀତି ଗୁରୁ, ଜ୍ୱାଇଁ ଅରୁଣ ମିଶ୍ର, ପ୍ରଦୀପ କୁମାର ରଥଙ୍କ ସହ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି, ସ୍ୱର୍ଗତା ଗୁରୁ ସ୍ୱର୍ଗତ ନାକଫୁଡ଼ା ନନ୍ଦଙ୍କ ବଡ଼ ଝିଅ ତଥା ବ୍ରଜ ସୁନ୍ଦର ନନ୍ଦଙ୍କ ବଡ଼ ଭଉଣୀ । ସେ ଜଣେ ଧର୍ମ ପରାୟାଣ ମହିଳା ଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସନ୍ଧ୍ୟାରେ ବଲାଙ୍ଗିର ବିଭୂତିପଡ଼ା ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ପୁଅ ଆନନ୍ଦ ଗୁରୁ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.