om academy

ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗ୍ରାମରେ ବୁଢାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଡାସିଂହାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ବିଦାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ମୁଖ୍ୟ ଅତିଥି, ଡକ୍ଟର ଧନଞ୍ଜୟ ସେଠ ମୁଖ୍ୟବକ୍ତା, ଗୋଲାପ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିଥିବା ବେଳେ ପ୍ରତିମା ହେର୍ଣ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେଶ ଚନ୍ଦ୍ର ମିଶ୍ର, ରେବତ କୁମାର ଜାଲ, ସୁବିନ୍ଦ୍ର ବାଗ, ବଳଭଦ୍ର ବଣ୍ଡା, ବିଜୟ କୁମାର ମିଶ୍ର, ଚିନ୍ମୟୀରାଣୀ ମିଶ୍ର, ଗଙ୍ଗାଧର ସାହୁ, କରୁଣାକର ସାହୁ, ରମେଶ କୁମାର ସାହୁ ଓ ଅଶୋକ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଶିବିରଟି ମାନସୀ ମଲ୍ଲିକ ଓ ସୀମା ମଲ୍ଲିକ (ମାଷ୍ଟର ଟ୍ରେନର)ଙ୍କ ତତ୍ତ୍ୱାବଧାନରେ ୧୦୧ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଗତ ୧ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଏହି ଶିବିରଟି ଚାଲିଥିଲା ।

Leave A Reply

Your email address will not be published.