p purohi

ଆରୁହାବୃତ୍ତି ନଂ୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

dr. purohit

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି ନଂ୧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଆରୁହାବୃତ୍ତି ନଂ୧ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ବିଦ୍ୟାଳୟକୁ ଦାନ କରିଥିବା ସ୍ୱର୍ଗତଃ ବେଦବ୍ୟାସ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ଜାନକୀ ଦାସ ନାଲି ଫିତା କାଟି ଉଦ୍‌ଘାଟନ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଯୋଗଦେଇ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଯାହା ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଶ୍ଵିନୀ କୁମାର ଦତ୍ତଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ପ୍ରଧାନ ଶିକ୍ଷକ ଶଶିକାନ୍ତ ମାହାନା ପରିଚାଳନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ରାଜକିଶୋର ଜେନା, ବିଶିଷ୍ଟ ଅତିଥି ଭାବେ ଉପାଧ୍ୟକ୍ଷା ମିନାରାଣୀ ସାସମଲ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଭବେନ୍ଦ୍ର କୁମାର ସାହୁ, ଦହମୁଣ୍ଡା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ପ୍ରଧାନ ଶିକ୍ଷକ ଅଶୋକ କୁମାର ସେଠୀ, ସ୍ଥାନୀୟ ସରପଞ୍ଚ ଗୀତାରାଣୀ ଜେନା, ସମାଜସେବୀ ଯୋଗେନ୍ଦ୍ରନାଥ ପାଳ, ଜିଆରଏସ ପରିତ୍ରାଣ ଦାସ ପ୍ରମୁଖ ଯୋଗଦେଇ ମୂଲ୍ୟବୋଧ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ଅଭିମନ୍ୟୁ ବେହେରା, ରଞ୍ଜିତ କୁମାର ସିଂ, ଗଣେଶ ଚନ୍ଦ୍ର ମାଝି, ଅନିର୍ବାଣ ପ୍ରଧାନ, ଶିକ୍ଷୟିତ୍ରୀ ଆରତି ଲତା ଦାସ, ପ୍ରିୟଦର୍ଶିନୀ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ କୁନି କୁନି ପିଲାମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.