ବେଳାମାର୍ଗରେ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

କୋଣାର୍କ : ପୁରୀ-କୋଣାର୍କ ବେଳାମାର୍ଗରେ ଏକ କାର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପର୍ଯ୍ୟଟକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ପୁରୀରୁ ଏକ କାରରେ ପର୍ଯ୍ୟଟକମାନେ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ବେଳାମାର୍ଗ ଇକୋ ରିଟ୍ରିଟ ନିକଟରେ କାରଟି ଓଲଟି ପଡିଥିଲା । ଫଳରେ କାର ସମ୍ମୁଖ ଭାଗ ଚୂର୍‌ମାର୍‌ ହୋଇଯାଇଥିଲା । ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି । ଖବରପାଇ କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିଥିବା ଜଣାପଡିଛି ।

Leave A Reply

Your email address will not be published.

9 − seven =