om academy

ଓଦା ଶୁଖିଲା ପଦ୍ଧତିରେ ଧାନ ଚାଷ ସମ୍ବନ୍ଧରେ ତାଲିମ ଶିବିର

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସିଆଲଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ମହାଶକ୍ତି ଫାଉଣ୍ଡେସନ ଓ କୋର୍ କାର୍ବନ୍ ଏକ୍ସ୍ ସୋଲୁସନ୍ ପ୍ରାଇଭେଟ୍ ଲିମିଟେଡ (ସିସିଏକ୍ସ)ର ମିଳିତ ଆନୁକୂଲ୍ୟରେ ଓଦା ସୁଖିଲା ପଦ୍ଧତିରେ ଧାନ ଚାଷ ସମ୍ବନ୍ଧରେ ଏକ ଗ୍ରାମ୍ୟସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରସାନନ୍ଦ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିସିଏକ୍ସର ପ୍ରକଳ୍ପ ଚିରନ୍ତନ ଧାନ ଉଦ୍‌ପାଦନ ଯୋଜନାର ଓଦା ଶୁଖିଲା ପଦ୍ଧତିରେ ଧାନ ଚାଷ ସମ୍ବନ୍ଧରେ ସୁବୋଧ କୁମାର ସାହୁ ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ମୁଖ୍ୟ ତାଲିମ ପ୍ରଦାନ କରିଥିଲେ । ପରିଶେଷରେ ମହାଶକ୍ତି ଫାଉଣ୍ଡେସନର ସ୍ଵେଚ୍ଛାସେବୀ ରମେଶ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.