pakka

ଦୋକାନରେ ନିଆଁ ଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ

bbehera

ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ଥିବା ଉଆନପ୍ଲସ କଲେକ୍ସନ କପଡା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ରାତିରେ ଦୋକାନ ମାଲିକ ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ଘର ମାଲିକ ଦେଖିବାକୁ ପାଇଥିଲେ ଯେ, କପଡା ଦୋକାନ ଭିତରୁ ଧୂଆଁ ବହାରୁଛି । ତୁରନ୍ତ ସେ ଦୋକାନ ମାଲିକ ପ୍ରଶାନ୍ତ ମେହେରଙ୍କୁ ଫୋନ କରି ଡାକିଥିଲେ । ସେ ଆସି ଦେଖିବା ବେଳକୁ ଦୋକାନ ଭିତରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି । ସଙ୍ଗେ ସଙ୍ଗେ ବାଉଁଶୁଣି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମସ୍ତ ଆସବାବପତ୍ର ସହ ପୋଷାକ ଗୁଡିକ ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଜଣାପଡିଛି । ତେବେ ୩ଟି ଷ୍ଟଲରେ ଥିବା କପଡା, ଡ୍ରେସ, ଶାଢ଼ୀ ଏବଂ ନଗଦ ଆଠ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଦୋକାନ ମାଲିକ ଠାରୁ ଜାଣିବାକୁ ମିଳିଛି । ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

5 × 3 =

error: Content is protected !!